ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କଲା ମୁମ୍ବାଇ ପୋଲିସ

Published By : Prameya-News7 Bureau | June 03, 2021 IST

ମୁମ୍ବାଇ ୦୩/୦୬: ମୁମ୍ବାଇ ପୋଲିସ ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ସୂଚନା ଅନୁଯାୟୀ, କରୋନା ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୋଲିସ କହିଛି ଯେ ମୁମ୍ବାଇରେ ଅପରାହ୍ନ ୨ ଟା ପରେ ବିନା କାରଣରେ ବୁଲାବୁଲି କରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ରହିଛି, କିନ୍ତୁ ଟାଇଗର ଶ୍ରଫ ଏବଂ ଦିଶା ପଟାନୀ ବାନ୍ଦ୍ରା ବସଷ୍ଟାଣ୍ଡ ନିକଟରେ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଉଭୟ ପୋଲିସକୁ ଘରୁ ବାହାରକୁ ଆସିବାର କୌଣସି କାରଣ କହିପାରି ନଥିଲେ । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ଅଧିକାରୀ କହିଛନ୍ତି।

ମହାରାଷ୍ଟ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ଜରୁରୀ ଦୋକାନଗୁଡ଼ିକୁ ସକାଳ ୭ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଜୁନ୍ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ହୋଇଛି ।

ଉଭୟ ଡ୍ରାଇଭରେ ଯାଇଥିବାର କିଛି ଫଟୋ ବାହାରିଥିଲା, ଯାହା ଖୁବ୍ ଶୀଘ୍ର ଭାଇରାଲ୍ ହୋଇଥିଲା । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଦିଶା କାରର ଆଗ ସିଟରେ ଏବଂ ଟାଇଗର ପଛ ସିଟରେ ବସିଥିଲେ। ଡ୍ରାଇଭକୁ ଉପଭୋଗ କରୁଥିବାବେଳେ ଦ୍ୱିତୀୟ ରାଉଣ୍ଡ ସମୟରେ ଉଭୟଙ୍କୁ ମୁମ୍ବାଇ ପୋଲିସ ଅଟକାଇଥିଲା। ତେବେ ପୋଲିସ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରି ବାକି ଫରମାଲିଟିଜ୍ ପୂରଣ କରିବା ପରେ ଉଭୟଙ୍କୁ ଛାଡି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.