ସାମ୍ନାକୁ ଆସିଲା ପାକିସ୍ତାନ ରଚୁଥିବା ଷଡ଼ଯନ୍ତ୍ରର ଭିଡିଓ,୧୧୫୦ ଜଣ ଆତଙ୍କବାଦୀ ଉପରେ ପୁଣି ଥରେ ଭାରତୀୟ ବାୟୁସେନା କରିପାରେ ଏୟାରଷ୍ଟ୍ରାଇକ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

Published By : Prameya-News7 Bureau | September 07, 2019 IST

ନୂଆଦିଲ୍ଲୀ୭|: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶକ୍ତ ଝଟକା ଲାଗିଛି। କାଶ୍ମୀର ପ୍ରସଙ୍ଗ ନେଇ ବିଭିନ୍ନ ଦେଶର ଦ୍ବାରସ୍ଥ ହୋଇ ନିରାଶ ହେବାପରେ ଇମ୍ରାନ ଖାନ ହିଂସାତ୍ମକ ପନ୍ଥାର ସାହାରା ନେବାକୁ ପ୍ରସ୍ତୁତ ହେଉଛନ୍ତି।ପାକ୍ ଅଧିକୃତ କାଶ୍ମୀରର ଗାଁଗୁଡିକ ପାକିସ୍ତାନ ହାତରୁ ଚାଲିଯିବା ଭୟ ଇମ୍ରାନଙ୍କୁ  ଘାରିଛି।

ସେଥିଲାଗି ଇସ୍ଲାମାବାଦଠାରୁ ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫାରବାଦ ପର୍ଯ୍ୟନ୍ତ ଇମ୍ରାନ ଦୌଡ଼ ଆରମ୍ଭ କରିଦେଇଛନ୍ତି।କାଶ୍ମୀରର ବିଭିନ୍ନ ସ୍ଥାନରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ପ୍ରୟାସ ଜାରି ରଖିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପ​‌ରେ କୌଣସି ମୁହୂର୍ତ୍ତରେ ଭାରତୀୟ ବାୟୁସେନା ପୁଣି ଥରେ ଏୟାରଷ୍ଟ୍ରାଇକ୍ କରିପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପିଓକେ(POK)ରେ ପାକିସ୍ତାନ ନୂଆ ଲଞ୍ଚ ପ୍ୟାଡ୍‌ସ ତିଆରି କରୁଛି। ଯାହାଦ୍ବାରା ହଜାର ହଜାର ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ସୁବିଧା ହେବ।ଭାରତ ବିରୋଧରେ ପାକିସ୍ତାନ ରଚୁଥିବା ଷଡ଼ଯନ୍ତ୍ରର ପୂରା ଭିଡ଼ିଓ ସାମ୍ନାକୁ ଆସିଛି।ଯେଉଁ ଭିଡିଓରେ ଆତଙ୍କବାଦୀଙ୍କ ହାତ​‌ରେ ଏକେ-୪୭(AK-47) ଭଳି ମାରଣାସ୍ତ୍ର ହାତରେ ଧରିବାର ଦୃଶ୍ୟ ରହିଛି।

ପାଓକେ( ପାକ୍‌ ଅଧିକୃତ କାଶ୍ମୀର)ରୁ ପାକିସ୍ତାନ ଷଡ଼ଯନ୍ତ୍ରର ଏକ ଏକ୍ସକ୍ଲୁସିଭ୍‌ ଭିଡିଓ ସାମ୍ନାକୁ ଆସିଛି। ସେହି ଭିଡିଓରେ ବହୁ ସଂଖ୍ୟାର ଆତଙ୍କବାଦୀ ମାରଣା ହସ୍ତ୍ରଶସ୍ତ୍ର ହାତରେ ଧରିଛନ୍ତି। କୁହାଯାଉଛି କି ଭାରତ ଉପରେ ଆକ୍ରମଣ କରିବାଲାଗି ଇମ୍ରାନ ଖାନ ଓ ପାକ୍‌ ସେନା ମୁଖ୍ୟ ବାଜଓ୍ବା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି।ଭାରତୀୟ ସେନାର ଗୁଇନ୍ଦା ଏଜେନ୍ସି ଦ୍ବାରା ପାକିସ୍ତାନର ଷଡ଼ଯନ୍ତ୍ରର ଭିଡିଓ ସାମ୍ନାକୁ ଆସିଛି। ପୁଣି ଥରେ ଏୟାରଷ୍ଟ୍ରାଇକ୍‌ର ସମୟ ଆସିଯାଇଛି ବୋଲି ଭାରତୀୟ ସେନାଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଛି।

କେଉଁ ସ୍ଥାନରେ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚୁଛନ୍ତି ଏହି ଭିଡିଓରେ ଜଣାପଡୁନାହିଁ। ହେଲେ କାଶ୍ମୀରକୁ ଟାର୍ଗେଟକରି ସେମାନେ ଷଡ଼ଯନ୍ତ୍ର କରୁଥିବା କଥା ସ୍ପଷ୍ଟ ଜଣାପଡ଼ୁଛି।ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଗୁଡିକକୁ ଇମ୍ରାନ ଖାନ-ବାଜଓ୍ବା ଏକତ୍ରିତ କରି ଶକ୍ତିଶାଳୀ କରାଯାଉଛନ୍ତି। ପିଓକେ ଅଞ୍ଚଳରେ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଚାଲୁଥିବା କଥା ମଧ୍ୟ ଗୁଇନ୍ଦା ଏଜେନ୍ସିରୁ ସୂଚନା ମିଳିଛି।ଆତଙ୍କବାଦୀମାନେ ୧୭ଟି କ୍ୟାମ୍ପକରି ସେଠାରେ ଟ୍ରେନିଂ ଜାରି ରଖିଛନ୍ତି।୧୭ଟି କ୍ୟାମ୍ପରେ ୧୧୫୦ରୁ ଅଧିକ ଆତଙ୍କବାଦୀ ପ୍ରଶିକ୍ଷଣ ନେଉଛନ୍ତି।ପିଓକେରେ ୨୮ଟି ଲଞ୍ଚିଂ ପ୍ୟାଡ୍‌ ତିଆରି କରାଯାଇଛି। ନୂଆ ଲଞ୍ଚିଂ ପ୍ୟାଡ୍‌ରେ ୩୦୦ରୁ ଅଧିକ ଆତଙ୍କବାଦୀ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.