ଚିତ୍ରକୋଣ୍ଡାରେ ଅବହେଳାର ଉଦାହରଣ, ପରିବାରର ୫ ଜଣ ଦିବ୍ୟାଙ୍ଗ ହେଲେ ସରକାରୀ ଯୋଜନା ବହୁ ଦୂର...

Published By : Prameya-News7 Bureau | March 02, 2020 IST

ଚିତ୍ରକୋଣ୍ଡା୨/୩: ଜନ୍ମରୁ ମୃତ୍ୟୁ ଯାଏଁ ଅନେକ ଯୋଜନା । ଏଥିପାଇଁ ପାଣି ଭଳି ଖର୍ଚ୍ଚ ହେଉଛି ଟଙ୍କା । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନେ।ଭାବ ଯେ।ଗୁଁ ସରକାରୀ ଯେ।ଜନାର ସୁଫଳ ପାଉନାହାନ୍ତି ଅନେକ। ଏମିତି ଏକ ପରିବାର ରହିଛି ଚିତ୍ରକେ।ଣ୍ଡା ପାପରମେଟଲା ଯାମେଯ।ଡି ଗାଁରେ।

{"id":231816,"sizeSlug":"large"}

ଝାଟିମାଟି ଚାଳ ଛପର ଘର । ଘର ଭିତରେ ଅଣ୍ଟା ସଳଖି ବି ଠିଆ ହେ।ଇ ହେବନି। ଏଇ ଘରେ ରୁହନ୍ତି ଚିତ୍ରକୋଣ୍ଡା ବ୍ଲକ ଯାମଯୋଡି ଗାଁର ୭ ପ୍ରାଣୀ କୁଟୁମ୍ବ । ଜମି ମାଡି ବେ।ଲି କିଛି ନଥିବା ବେଳ ପର ଘର ମୂଲ ଲାଗିଲେ ଚଳେ ଭୀମ ଖିଲଙ୍କ ପରିବାର । ଯାହା ମିଳେ ବାଣ୍ଟିକୁଣ୍ଟି ଖାଇବାକୁ ପଡେ। ଦୁଃଖ ଏତିକିରେ ସରୁନି, ପରିବାରରେ କିଏ ଦୃଷ୍ଟିହୀନ ତ କିଏ ବିକଳାଙ୍ଗ, କିଏ ବଧିର ।  ଭୀମଙ୍କ ୫ ପୁଅଝିଅ ଦିବ୍ୟାଙ୍ଗ । ଏଭଳି ଦୁଃଖରେ ଏମାନେ ବଞ୍ଚୁଥିବା ବେଳେ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ । ୧୦ କେଜି ଚାଉଳ ଦେଇ ଏହି ପରିବାର ଉପରୁ ମୁହଁ ଫରାଇ ନେଇଛି ଜିଲ୍ଲା ପ୍ରଶାସନ ।

{"id":231817,"sizeSlug":"large"}

୫ ଦିବ୍ୟାଙ୍ଗ ପିଲାଙ୍କ ପୁରା ଦାୟିତ୍ବ ଭୀମ ଓ ରଇମତିଙ୍କ ଉପରେ । ପିଲାମାନଙ୍କ କଥା ବୁଝୁବୁଝୁ ବେଳେବେଳ କାମ କରିବାକୁ ଯାଇ ହୁଏନି । ଆଉ ଯେଉଁଦିନ କାମକୁ ନଗଲେ ପେଟରେ ପଡେ ଓଦାକନା । ପାଖ, ପଡେ।ଶୀ ଯାହା ଦିଅନ୍ତି ସେଇଥିରେ ପିଲାଙ୍କୁ ଖାଇବାକୁ ଦିଅନ୍ତି । ତୁରନ୍ତ ଏହି ଗରିବ ଦିବ୍ୟାଙ୍ଗ ପରିବାରକୁ ସରକାରୀ ସହାୟତା ଯେ।ଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.