ଉଦାହରଣ ପାଲଟିଲେ ମହିଳା ସରପଞ୍ଚ: କ୍ବାରେଣ୍ଟାଇନ୍ ସେଣ୍ଟରର ଶୌଚାଳୟ ନିଜେ କଲେ ସଫା

Published By : Prameya-News7 Bureau | May 26, 2020 IST

ଜୟପୁର୨୬/୫: ଉଦାହରଣ ପାଲଟିଲେ କୋରାପୁଟ ଜିଲ୍ଲା ଫାମ୍ପୁଣୀ ପଞ୍ଚାୟତର ମହିଳା ସରପଞ୍ଚ ପ୍ରତିମା ନାୟକ। ପ୍ରବସୀମାନେ ପଞ୍ଚାୟତକୁ ଫେରୁଥିବା ବେଳେ ସେମାନଙ୍କ ପାଇଁ କ୍ବାରେଣ୍ଟାଇନ କେନ୍ଦ୍ର କରାଯାଇଛି।ତେବେ ସେଠାରେ ଶୌଚାଳୟ ସଫା କରିବାକୁ କେହି ନଥିବାରୁ ନିଜେ ଏହାକୁ ସଫା କରିଛନ୍ତି ସରପଞ୍ଚ।

{"id":276414,"sizeSlug":"large"}

କେବଳ ଏତିକି ନୁହଁ ପ୍ରବାସୀ ମାନଙ୍କ ପାଇଁ ଯୋଗ ଓ ବ୍ୟାୟମର ବ୍ୟବସ୍ଥା କରିଛନ୍ତି ସେ। ଆଜିଠାରୁ ଏହି କ୍ବାରେଣ୍ଟାଇନ ସେଣ୍ଟରରେ ଯୋଗ ଅଭ୍ୟାସ ଆରମ୍ଭ ହୋଇଥିବା ବେଳେ ପ୍ରବାସୀ ମାନେ ଏଥିରେ ସହଯୋଗ କରିବା ସହ ନିଜେ ରହୁଥିବା କ୍ବାରେଣ୍ଟାଇନ ସେଣ୍ଟର ପରିସରକୁ ସଫା କରିବା ସହ ଗଛରେ ପାଣି ବି ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.