Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଅଧିକାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

28/04/2020 at 12:35 PM

ନୂଆଦିଲ୍ଲୀ ୨୮।୪: ସାରାଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାର ଲାଗିଛି । ଏଥିରେ ଦିଲ୍ଲୀ ପରିସ୍ଥିତି ଉଦବେଗଜନକ। ଏଠାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ଆରମ୍ଭ କରି ସରକାରୀ ଚାକିରୀ କରୁଥିବା ଲୋକେ କରୋନା ଭାଇରସରେ ସଂକ୍ରିମତ ହେଉଛନ୍ତି । ଏଥିରେ ନୀତି ଆୟୋଗର ଜଣେ ଅଧିକାରୀ କରୋନା ସଂକ୍ରମିତ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣଙ୍କ ନିତି ଆୟୋଗ ବିଲ୍ଡି୍ଂର ଚତୁର୍ଥ ମହାଲାରେ କାର୍ଯ୍ୟ କରୁଥିଲେ ଏବଂ ସେ ଜଣେ ନିର୍ଦ୍ଦେଶକ ସ୍ତରୀୟ ଅଧିକାରୀ ହୋଇଥିବାରୁ ସମ୍ପୂର୍ଣ୍ଣ ଆୟୋଗ ସିଲ ହୋଇଛି।

ନୀତି ଆୟୋଗ ଦ୍ୱାରା ଜାରି ବିବୃତ୍ତିରେଆଜି ବିଲ୍ଡିଂରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ NITI Aayog ସମସ୍ତ ପ୍ରୋଟୋକଲ୍ ଅନୁସରଣ କରୁଛନ୍ତି ଓ ସମ୍ପୂର୍ଣ୍ଣ କୋଠାକୁ ସିଲ୍ କରାଯାଇଛି |

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ମୋଟ କରୋନା ରୋଗୀଙ୍କ ସଂଖ୍ୟା 3,108 କୁ ବୃଦ୍ଧି ପାଇଛି। ଗତ ଚବିଶ ଘଣ୍ଟାରେ 190 ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ତେବେ ଖୁସିର କଥା, ଗତ ୨୪ ଘଣ୍ଟାରେ ଗୋଟିଏ ବି କରୋନା ମୃତ୍ୟୁ ହୋଇ ନାହିଁ। ତେବେ ରଜାଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ 54 ଜଣଙ୍କର କରୋନା ମୃତ୍ୟୁ ହୋଇଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା 2177 ରହିଛି |

   Related Posts