Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବାପାଙ୍କର ମୃତ୍ୟୁ ପରେ ମଧ୍ୟ ବିରାଟ ସେଦିନ ମ୍ୟାଚ୍ ଜାରି ରଖିଥିଲେ, ଏକଥା ମନେ ପକାଇଦେବାପରେ ବିରାଟ-ଅନୁଷ୍କାଙ୍କ ଅବସ୍ଥା କଣ ହୋଇଥିଲା ଜାଣନ୍ତୁ…

17/09/2019 at 7:24 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍  ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡ଼ିକୁ ସମସ୍ତେ ଖୁବ୍  ପସନ୍ଦ କରିଥାନ୍ତି। ଦୁହିଁଙ୍କୁ ସର୍ବଦା ଲାଇମ୍  ଲାଇଟ୍ ରେ ଦେଖିବାକୁ ମିଳିଥାଏ। ଅଭିନୟରୁ କିଛି ଦିନ ପାଇଁ ବ୍ରେକ୍ ନେଇ ଅନୁଷ୍କା ୱେଷ୍ଟ ଇଣ୍ଡିଜ୍ ରେ ବିରାଟଙ୍କ ସହିତ ଛୁଟି କାଟୁଥିବା ଦେଖିବାକୁ ମିଳିଥିଲା।

ସେଠାରୁ ଫେରିବା ପରେ ବିରାଟ ଓ ଅନୁଷ୍କା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ ରେ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ଫିରୋଜ ଶାହ କୋଟଲା ଷ୍ଟାଡିୟମ୍  ନାମିତ ହେବା ପରେ ସେଠାରେ ବିରାଟ କୋହଲିଙ୍କ ନାମରେ ମଧ୍ୟ ଗୋଟିଏ ଷ୍ଟାଣ୍ଡ ରହିବ ବୋଲି ଘୋଷଣା ହୋଇଛି।

ଏହି କାର୍ଯ୍ୟକ୍ରମରେ ବିରାଟ ଓ ଅନୁଷ୍କା ବସିଥିବା ସମୟର ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍  ହେଉଛି। ଯେଉଁଥିରେ ବିରାଟ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ବିରାଟ କାନ୍ଦୁଥିବା ସମୟରେ ଅନୁଷ୍କା ତାଙ୍କୁ ସାନ୍ତ୍ୱନା ହେଇ ହାତକୁ କିସ୍  କରୁଛନ୍ତି।

ତେବେ କାନ୍ଦିବାର କାରଣ ହେଉଛି, ଏହି କାର୍ଯ୍ୟକ୍ରମରେ ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମା ବିରାଟଙ୍କ ବିଗତ ଦିନର କିଛି ସ୍ମୃତିକୁ ମନେ ପକାଇଥିଲେ। ଯେଉଁଥିରେ ସେ କହିଥିଲେ, ‘ଯେତେବେଳେ ବିରାଟ ଅଣ୍ଡର ୧୯ ଟିମ୍ ରେ ଥିଲେ, ତାଙ୍କ ବାପାଙ୍କର ନିଧନ ହୋଇଥିଲା। ତାଙ୍କ ବାପାଙ୍କୁ ଦେଖିବା ପାଇଁ ଅରୁଣ ଜେଟଲି ଦିଲ୍ଲୀର ଥିବା ବିରାଟଙ୍କ ଉତ୍ତମ ନଗର ଘରକୁ ଯାଇଥିଲେ। ବାପାଙ୍କର ମୃତ୍ୟୁ ପରେ ମଧ୍ୟ ବିରାଟ ସେଦିନ ମ୍ୟାଚ୍  ଜାରି ରଖିଥିଲେ। କ୍ରିକେଟ ପ୍ରତି ବିରାଟଙ୍କର ଏହି ନିଷ୍ଠା ଦେଖି ଅରୁଣ ଜେଟଲି ସେଦିନ ଭବିଷ୍ୟବାଣୀ କରିଥିଲେ ଯେ ଦିନ ଆସିବ ଏହି ପିଲା ଦିନେ ବଡ଼ ନାମ କରିବ।

ଦିବଙ୍ଗତ ପିତାଙ୍କ ବିଷୟରେ ଶୁଣି ବିରାଟ-ଅନୁଷ୍କା ଭାବବିହ୍ୱଳ ହୋଇପଡ଼ିଥିଲେ ଓ ବିରାଟ ତାଙ୍କ ଆଖିର ଲୁହ ପୋଛିବାକୁ ଚେଷ୍ଟା କରିଥିଲେ। ସେହି ସମୟର ଭିଡିଓଟି ଇଣ୍ଟରନେଟ୍ ରେ ଭାଇରାଲ୍  ହେଉଛି। ବିରାଟଙ୍କୁ ଏହି ଅବସ୍ଥାରେ ଦେଖି ତାଙ୍କର ଫ୍ୟାନ୍ ମାନେ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି।

ନିକଟରେ ୱେଷ୍ଟ ଇଣ୍ଡିଜରେ ମ୍ୟାଚ୍  ଖେଳି ବିରାଟ ଭାରତ ଫେରିଛନ୍ତି। ଏହି ଗସ୍ତରେ ତାଙ୍କ ସହିତ ଅନୁଷ୍କା ମଧ୍ୟ ଥିଲେ। ଅଭିନୟ କଥା କହିଲେ ଅନୁଷ୍କାଙ୍କୁ ଶେଷ ଥର ପାଇଁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଶାହରୁଖ ଖାନ୍  ଓ କ୍ୟାଟ୍ରିନା କୈଫ୍  ଅଭିନୟ କରିଥିଲେ।

   Related Posts