Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଭ୍ୟାକସିନ୍‌କୁ ଏତେ ଭୟ ! ଡ୍ରମ୍‌ ପଛରେ ଲୁଚିଗଲେ ବୃଦ୍ଧା, ସାମ୍ନାକୁ ଆସିଲା ମଜାଦାର ଭିଡିଓ

3/06/2021 at 6:42 PM

ନୂଆଦିଲ୍ଲୀ ୩/୬: ଗ୍ରାମାଞ୍ଚଳରେ କରୋନା ଭ୍ୟାକସିନ୍‌କୁ ନେଇ ଏବେ ବି ଭୟ ରହିଛି। ଲୋକେ ଟିକା ନେବାକୁ ପ୍ରାୟତଃ ଅମଙ୍ଗ ହେଉଛନ୍ତି। ବିଶେଷ କରି ବୃଦ୍ଧ ଲୋକମାନେ କରୋନା ଟିକା ନେବାକୁ ଭୟ କରୁଛନ୍ତି। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଇଟାଓ୍ବାରେ ଦେଖିବାକୁ ମିଳିଛି। ଏଠାରେ ଘରେ ଘରେ ଟିକାକରଣ ଅଭିଯାନ ଚାଲିଛି। ଏହି ସମୟରେ ଜଣେ ବୃଦ୍ଧା ଟିକା ନନେବାକୁ ନିଜ ଘରେ ଥିବା ଏକ ଡ୍ରମ୍‌ ପଛ ପଟେ ଲୁଚି ଯାଉଥିବାର ଭିଡିଓ ଆସିଛି।

ଭିଡିଓଟି ଏବେ ସୋସିଆଲ୍‌ ମଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଜଣାପଡ଼ୁଛି, ଜଣେ ବୃଦ୍ଧା ଭ୍ୟାକସନ୍‌ ଭୟରେ ଡ୍ରମ୍‌ ପଛରେ ଛପିଯାଇଛନ୍ତି । ସ୍ବାସ୍ଥ୍ୟ କର୍ମୀ ଏବଂ ପରିବାର ଲୋକେ ତାଙ୍କୁ ବାହାରକୁ ଆଣିବାକୁ ବୁଝାସୁଝା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବାହାରକୁ ଆସିବା ପରେ ବୃଦ୍ଧା ବାରମ୍ବାର ‘ନା’ ବୋଲି କହୁଛନ୍ତି। ଟିକାକରଣ ଅଭିଯାନ ଚଳାଉଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦେଖି ବୃଦ୍ଧା ଭୟଭୀତ ହୋଇଥିବା ଜଣାପଡ଼ିଛି।

ଘଟଣାଟି ବୁଧବାର ଘଟିଛି। ସ୍ଥାନୀୟ ବିଧାୟକ ସରିତା ଭଦୋରିଆଙ୍କ ସହ ସ୍ବାସ୍ଥ୍ୟକର୍ମୀଙ୍କ ଦଳ ଇଟାଓ୍ବାର ଚନ୍ଦନପୁରରେ ଟିକାକରଣ ଆଭିଯାନ ଆରମ୍ଭ କରିଥିବା ବେଳେ ଏହି ଭିଡିଓ ରେକର୍ଡ ହୋଇଛି। ଟିକା ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ବୃଦ୍ଧାଜଣଙ୍କ ବାହାରକୁ ଆସିବାକୁ ରାଜି ହୋଇଥିଲେ। ଏହି ସମୟରେ ବିଧାୟକ ତାଙ୍କ ଘର ବାହାରେ ଅପେକ୍ଷା କରିଥିଲେ ।

   Related Posts