Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଛେଣ୍ଡିପଦାରେ ରାସ୍ତା ଦୁର୍ଘଟଣାରେ ବୃଦ୍ଧ ମୃତ, ପ୍ରତିବାଦରେ ଦୋକାନ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକ

10/09/2020 at 8:55 PM

ଅନୁଗୁଳ ୧୦।୦୯: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ରାସ୍ତା ଦୁର୍ଘଟଣା ନେଇ ଉତ୍ତେଜନା ଦେଖା ଦେଇଛି। ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ଘଟିଛି।। ସେ ହେଲେ ଗୋପୀନାଥପୁର ଗାଁର ଛାଲୁ ବେହେରା। ସେ ରାସ୍ତା ପାର ହେଉଥିବା ବେଳେ ଏକ ସ୍କୁଟି  ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ସ୍କୁଟି ମାଲିକଙ୍କ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଦୋକାନ ରହିଛି। ପ୍ରତିବାଦରେ ସ୍ଥାନୀୟ ଲୋକେ ତାଙ୍କ ମୋବାଇଲ ଦୋକାନ ଭଙ୍ଗାରୁଜା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଉତ୍ୟକ୍ତ ଲୋକମାନେ ଛେଣ୍ଡିପଦା ଆଉ ଅନଗୁଳ ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts