ଫ୍ରାନ୍ସ ୦୭/୦୯: ବେଳେ ବେଳେ ଏମିତି କିଛି ମାମଲା ଆସେ ଯାହାକୁ ବିଶ୍ବାସ କରି ହୁଏ ନାହିଁ। ଏମିତି ଏକ ମାମଲା ଫ୍ରାନ୍ସରୁ ଆସିଛି। ଜଣେ ବ୍ୟକ୍ତି ମାଛି ମାରିବେ କ’ଣ ପୂରା ଘରକୁ ଜାଳି ଦେଇଛନ୍ତି। ଦାର୍ଦୋନରେ ରହୁଥିବା ୮୦ ବର୍ଷୀୟ ଜଣେ ବୃଦ୍ଧ ରାତିରେ ଖାଇ ବସିଥିଲେ। ସେହି ସମୟରେ ଗୋଟିଏ ମାଛି ଉଡି ବୁଲିଲା। ତା’ସହ ମାଛି ଶବ୍ଦ ବୃଦ୍ଧଙ୍କ ଚିନ୍ତା ବଢ଼ାଇ ଦେଲା। ସେ କ’ଣ କରିବେ କିଛି ବୁଝିପାରିଲେ ନାହିଁ। ଅନ୍ୟ କିଛି ଉପାୟ ନ ପାଇଁ ମଶା ମରା ରାକେଟ୍ ବ୍ୟବହାର ନିଷ୍ପତି ନେଲେ। ଅର୍ଥାତ ମଶା ପାଇଁ ବ୍ୟବହୃତ ଇଲେକଟ୍ରିକ୍ ରାକେଟ୍ ବ୍ୟବହାର କଲେ। ମାଛି ଉଡୁଥିବା ବେଳେ ସେ ରାକେଟ୍ ଧରି ତା’ପଛରେ ବୁଲିବାରେ ଲାଗିଲେ।
ସେହି ସମୟରେ ତାଙ୍କ ଘରର ଗ୍ୟାସ ଲିକ୍ ହେଉଥିଲା। ଏକଥା ସେ କି ତାଙ୍କ ପରିବାର ଲୋକ ଜାଣି ନ ଥିଲେ। ଇଲେକଟ୍ରନିକ୍ ରାକେଟ୍ ସେହି ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ହେଲା। ବିସ୍ଫୋରଣ ଯୋଗୁ ରୋଷେଇ ଘର ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହା ବ୍ୟତୀତ ଅନ୍ୟ ଘର ମଧ୍ୟ କିଛି ମାତ୍ରାରେ ଜଳିଯାଇଛି। ତାଙ୍କର ବିଶେଷ କିଛି ହୋଇ ନ ଥିଲେ ମଧ୍ୟ ତାଙ୍କ ହାତର ଅଦା ଅଂଶ ପୋଡି ଯାଇଚି। ଘର ନଷ୍ଟ ହୋଇଯାଇଥିବାରୁ ଏବେ ସେ ଏକ କ୍ୟାମ୍ପରେ ରହୁଛନ୍ତି। ପରିବାର ଲୋକ ଘର ମରାମତି କାମରେ ଲାଗିଛନ୍ତି।