ନା ଅଛି ରାସନ କାର୍ଡ, ନା ଦିଆଯାଉଛି ବାର୍ଦ୍ଧକ୍ୟ ଭତ୍ତା: ଭୋକ ଉପାସରେ ସଡ଼ୁଛନ୍ତି ବୃଦ୍ଧ ଦମ୍ପତ୍ତି

Published By : Prameya-News7 Bureau | April 12, 2020 IST

ଭୁବନେଶ୍ବର୧୨/୪: ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୃଦ୍ଧ ଦମ୍ପତ୍ତି। ପରିଣତ ବୟସରେ ପିଲାମାନେ ଛାଡ଼ି ଚାଲିଯିବା ପରେ ବେସାହାରା ହୋଇପଡିଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ନାତିନାତୁଣୀଙ୍କ କୋଳାହଳରେ ଦିନ କାଟିବା କଥା, ସେହି ବୟସରେ ଏମାନେ ଗଣ୍ଡେ ଖାଇବା ଲାଗି ସଂଘର୍ଷ କରୁଛନ୍ତି।  କିନ୍ତୁ ଭାଗ୍ୟର ବିଡ଼ମ୍ବନା ଗରିବ ଓ ଖଟିଖିଆ ଲୋକମାନଙ୍କ ସରକାର ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଯୋଜନାର କିଭଳି ବାଟମାରଣା ହେଉଛି ଏହି ବୃଦ୍ଧ ମାଆ-ବାପାଙ୍କ ପ୍ରତି ହେଉଥିବା ଅବହେଳା ହିଁ ତାହାର ନଗ୍ନ ଉଦାହରଣ। ଏଠି ପ୍ରଶ୍ନ ଉଠେ, ଯୋଜନା କାହା ପାଇଁ? ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧ ଦମ୍ପତି। ନା ଅଛି ରାସନ କାର୍ଡ, ନା ଦିଆଯାଉଛି ବାର୍ଦ୍ଧକ୍ୟ ଭତ୍ତା। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ଗ୍ରାମ ପଞ୍ଚାୟତ ରାମେଶ୍ବରପୁର ଗ୍ରାମରେ।

{"id":253189,"width":561,"height":335,"sizeSlug":"large"}

ରାମେଶ୍ବରପୁର ଗ୍ରାମର ବୃଦ୍ଧ ଜଣଙ୍କ ନାଁ ଶ୍ୟାମ ସୁନ୍ଦର ମହାନ୍ତି (ବୟସ ୭୦)  ଏବଂ ତାଙ୍କ ସ୍ତ୍ରୀଙ୍କ ନାଁ ବାସନ୍ତି ମହାନ୍ତି (୬୨ ବୟସ୍କା)। ଦୁହେଁ ବୁଡା- ବୁଢୀ ପରିଣତ ବୟସରେ ନିଜେ ରୋଜଗାର କରି ପେଟ ପୋଷୁଛନ୍ତି। ଗାଁ ସରପଞ୍ଚଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ପରେ ବି ସେମାନଙ୍କ କଥାକୁ ଶୁଣି ନ ଶୁଣିଲା ପରି ବାଟ ଭାଙ୍ଗି ଚାଲି ଯାଉଛନ୍ତି। ସେମାନଙ୍କୁ ରାସନ କାର୍ଡ ଏବଂ ବାର୍ଦ୍ଧକ୍ୟ ଭତ୍ତା ସୁବିଧା କରି ଦେବା ପାଇଁ  ବୃଦ୍ଧ ଦମ୍ପତ୍ତି ସରକାରଙ୍କୁ ଅନୁରୋଧ କରିଛନ୍ତି। ଯାହାଫଳରେ ବାକି ଜୀବନ ଟିକେ ଶାନ୍ତିରେ କାଟି ପାରିବେ।

{"id":253190,"sizeSlug":"large"}

କରୋନା ପ୍ରଭାବରେ ସାରା ରାଜ୍ୟ ଲକ୍‌ଡାଉନ୍। ଦୋକାନ-ବଜାର ସବୁ ବନ୍ଦ। ରାସ୍ତାଘାଟ ପୂରା ଶୂନଶାନ। ଏଭଳି ସଂକଟଜନକ ପରିସ୍ଥିତିରେ କିଛି ସହୃଦୟ ବ୍ୟକ୍ତି ରାସ୍ତାଘାଟ ବୁଲି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଏପରି କି ରାଜ୍ୟବାସୀଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପ୍ରକାର ଆଗୁଆ ପଦକ୍ଷେପ ବି ନେଇଛନ୍ତି। ଏଭଳି ଘଡ଼ିସନ୍ଦି ମୁହୂର୍ତ୍ତରେ ଏହି ଅସହାୟ ଦମ୍ପତ୍ତିଙ୍କୁ ସାହାଯ୍ୟ କରିବା ଉଚିତ୍ ବୋଲି ସ୍ଥାନୀୟ ଯୁବକ ସରୋଜ କୁମାର ବାରିକ୍‌ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.