Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଏହି ସହରରେ ଆଜି ହୋଲିକା ବଦଳରେ ‘କରୋନାସୁର’ର ହେବ ଦହନ, ହାତରେ ରହିଛି ଖାସ୍ ସୁଟକେସ୍

9/03/2020 at 6:51 PM

ମୁମ୍ଵାଇ ୦୯।୦୩-  ସମଗ୍ର ବିଶ୍ଵରେ ସଂପ୍ରତି କରୋନା ଭୂତାଣୁ କାରଣରୁ ଆତଙ୍କର ମାହୋଲ ରହିଛି। ସାରା ଦୁନିଆରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଅନ୍ୟପଟେ କରୋନା କାରଣରୁ ହୋଲି ଉତ୍ସବ ପ୍ରସ୍ତୁତି ଫିକା ପଡିଛି। ଅନ୍ୟପଟେ ଆଜି ହୋଲିକା ଦହନ ହେବାକୁ ଯାଉଛି। ଏହି ଅବସରରେ ମୁମ୍ବାଇରେ କିଛି ଖାସ୍ କରିବାକୁ ଚେଷ୍ଟା କରାଯାଇଛି। ଆଜି ଏଠାରେ  ହେବାକୁ ଥିବା ହୋଲିକା ଦହନରେ କରୋନା ଭୂତାଣୁର କୁଶପୁତ୍ତଳିକା ଦାହ କରାଯିବ। ଏହି କୁଶପୁତ୍ତଳିକାକୁ ‘କରୋନାସୁର’ର ନାମ ଦିଆଯାଇଛି। ଏହି ପୁତ୍ତଳିକା ଅନେକ ଦୃଷ୍ଟିରୁ ଖାସ୍ ରହିଛି। ଏହାରି ହାତରେ ଏକ ସୁଟକେସ୍ ରହିଛି।

ସୁଟକେସରେ ଲେଖା ହୋଇଛି ଆର୍ଥିକ ମାନ୍ଦାବସ୍ଥା

କରୋନା ଭୂତାଣୁର ଏହି କୁଶପୁତଳିକା ମୁମ୍ବାଇର ବର୍ଲିରେ ପ୍ରସ୍ତୁତ କରାଯାଇଛି। କରୋନାସୁର ହାତରେ ଏକ ସୁଟକେସ୍ ରହିଛି। ସେଥିରେ ଲେଖା ହୋଇଛି ଆର୍ଥିକ ମାନ୍ଦାବସ୍ଥା। ଏଥିପାଇଁ ଏହା ଲେଖା  ହୋଇଛି କାରଣ କରୋନା ଭୂତାଣୁ କାରଣରୁ ସମଗ୍ର ଦୁନିଆର ଘରୋଇ ପୁଞ୍ଜି ବଜାର ରେକର୍ଡ ତଳକୁ ଖସି ଆସିଛି। କରୋନାସୁର ଦହନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଏହାର ଦହନ କରି ମାରାତ୍ମକ କରୋନାକୁ ନାଶ କରିବାକୁ ଚାହିଁଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁରେ ଚାରି ନୂତନ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। କେନ୍ଦ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଜାମ୍ମୁ-କାଶ୍ମୀର ଓ କେରଳର ଏର୍ଣ୍ଣାକୁଲମରୁ ଗୋଟିଏ ଲେଖାଏଁ ନୂତନ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟ କୁହାଯାଇଛି ଯେ, କରୋନା ଭୂତାଣୁରେ ଅଦ୍ୟାବଧି ଦେଶରେ କାହାରି ମୃତ୍ୟୁ ଘଟିନାହିଁ।

   Related Posts