Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂକମ୍ପରେ ଥରିଲା ଦକ୍ଷିଣ ଗୁଜୁରାଟ : ରିକ୍ଟର ସ୍କେଲରେ ତୀବ୍ରତା ୩.୮

17/05/2021 at 8:14 AM

ଗୁଜୁରାଟ ୧୭/୫ : ଗୋଟିଏ ପଟେ ବାତ୍ୟା ତଉକତେ । ଅନ୍ୟପଟେ ଭୂକମ୍ପ । ଭୟଭୀୟ ହୋଇପଡିଛନ୍ତି ଗୁଜରାଟ ବାସୀ । ଆଜି ଦକ୍ଷିଣ ଗୁଜରାଟର ରାଜକୋଟରେ ପ୍ରାୟ ଅତି ଭୋରରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ।

ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ସେପଟ ବାତ୍ୟା ‘ତଉକାତେ’ ଏବେ ଗୁଜରାଟବାସୀଙ୍କ ଆଖିରୁ ନିଦ ହଜାଇଦେଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ଆସତ୍କାଲି ଅର୍ଥା ୧୮ ମେରେ ଗୁଜରାଟ ମହୁବା ଏବଂ କେନ୍ଦ୍ର ଶାସିତ ଅଂଚଳ ଡାମନ ଡିଉ ମଧ୍ୟରେ ଅତିକ୍ରମ କରିବ ।

   Related Posts