Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଜୈସ୍ ମୁଖିଆ ମାସୁଦ ଆଝାରର ଭାଇ ମୌଲାନା ଆମ୍ମରର ଅଡିଓ ଟେପ୍ ରିଲିଜ୍ ; ଭାରତୀୟ ଏୟାରଷ୍ଟ୍ରାଇକ୍ ରେ ବ୍ୟାପକ କ୍ଷତି ହୋଇଥିବା ସ୍ବୀକାର

3/03/2019 at 6:14 PM

ନୂଆଦିଲ୍ଲୀ ୩|୩ : ଜୈସ୍‌-ଏ-ମହମ୍ମଦ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଦ୍ବାରା ଏହି ଆତଙ୍କୀ କ୍ୟାମ୍ପରେ ଯେଉଁ କ୍ଷୟକ୍ଷତି ହୋଇଛି ତାହାର ପ୍ରମାଣ ଦିଅନ୍ତୁ କେନ୍ଦ୍ର ସରକାର ।ଏବେ ଦେଶରେ ବିରୋଧୀ ଦଳ ଏହି ଦାବି ଉଠାଇଛନ୍ତି ।ସେପଟେ ଜୈସ୍‌ ମୁଖିଆ ମାସୁଦ ଆଝାରର ଭାଇ ମୌଲାନା ଆମ୍ମର ଏକ ଅଡିଓ ଟେପ୍‌ ରିଲିଜ୍‌ କରି ଭାରତୀୟ ବିମାନ ଆକ୍ରମଣରେ ସେମାନଙ୍କର ବ୍ୟାପକ କ୍ଷତି ଘଟିଥିବା ସ୍ବୀକାର କରିଛି।

ଜୈସ୍‌-ଏ-ମହମ୍ମଦ କ୍ୟାମ୍ପ ଉପରେ ଭାରତୀୟ ବିମାନ ଆକ୍ରମଣର ପ୍ରମାଣ । ପାକିସ୍ତାନର ବାଲାକୋଟରେ ଭାରତୀୟ ବିମାନ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଛି ଜୈସ୍‌ର ଆତଙ୍କୀ କ୍ୟାମ୍ପ।ଏକଥା କେହି ଭାରତୀୟ କହୁନାହାନ୍ତି ।ବରଂ ଖୋଦ୍ ଜୈସ୍-ଇ-ମହମ୍ମଦର ମୁଖିଆ ମାସୁଦ ଆଝାରର ଭାଇ ମୌଲାନା ଆମ୍ମର ସ୍ବୀକାର କରିଛି । ମୌଲାନା ଆମ୍ମରର ସ୍ବୀକାରୋକ୍ତି ସଂପର୍କିତ ଏକ ଅଡିଓ କ୍ଲିପ୍‌କୁ ଟ୍ବିଟ୍‌ କରିଛନ୍ତି ଜଣେ ପାକିସ୍ତାନୀ ସାମ୍ବାଦିକ ।ବାଲାକୋଟରେ ଜୈସ୍‌ର କ୍ୟାମ୍ପ ସହିତ ମଦ୍ରାସା ଉପରେ ଏୟାର ଷ୍ଟ୍ରାଇକ ହୋଇଛି ।ଏଥିପାଇଁ ଭାରତକୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଛି ଆମ୍ମର ।ଏହି ଏୟାର ଷ୍ଟ୍ରାଇକରେ ଆଇଏସଆଇର କର୍ଣ୍ଣେଲ ସଲିମ କ୍ବାରି ଏବଂ ଜୈସ କମାଣ୍ଡର ମୌଲାନ ମୋଇନ ପ୍ରାଣ ହରାଇଛନ୍ତି। ତେବେ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କ ମୁକ୍ତିକୁ ସେ ସହଜରେ ଗ୍ରହଣ କରିପାରିନାହିଁ ।ଏଥିଯୋଗୁଁ ଅଡିଓ କ୍ଲିପ୍‌ରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଉପରେ ବେଶ୍‌ ବର୍ଷିଛି ଏହି ଆତଙ୍କୀ ଆକା।

ଗୋଟିଏ ପଟେ ନିଜେ ଆତଙ୍କବାଦୀ କହୁଛନ୍ତି ଯେ ଭାରତୀୟ ବିମାନ ଆକ୍ରମଣରେ ତାଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।କିନ୍ତୁ ଅନ୍ୟପଟେ ଆମ ଦେଶ ଭିତରେ ବିରୋଧୀ ରାଜନେତାଙ୍କୁ ଦରକାର ପକ୍କା ସବୁତ୍‌ ।ମାନେ ବାୟୁସେନା ଓ ସରକାର ଆକ୍ରମଣ ସଂପର୍କରେ କହିଥିଲେ ମଧ୍ୟ ବିରୋଧୀ ଏହାକୁ ବିଶ୍ବାସକୁ ନେବାରେ ପ୍ରସ୍ତୁତ ନୁହନ୍ତି ।ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୈସ୍‌ ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣର ପ୍ରମାଣ ମାଗିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଫେରାଇଥିବାରୁ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବାଲାକୋଟ୍‌ ଆକ୍ରମଣର ସାଟେଲାଇଟ୍‌ ଇମେଜ୍‌ ମାଗିଛନ୍ତି ଦିଗବିଜୟ ସିଂ ।ସେହିପରି ବିଏସ୍‌ପି ମୁଖିଆ ମାୟାବତୀ କହିଛନ୍ତି ପ୍ରଧାନମନ୍ତ୍ରୀ ନିଜର ବିଫଳତା ଲୁଚାଇବା ପାଇଁ ସେନା ବାହିନୀକୁ ଅସ୍ତ୍ର କରିଛନ୍ତି ।

ବିରୋଧୀଙ୍କ ଏହି ଆକ୍ରମଣର କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ସେନାବାହିନୀ ଆତଙ୍କବାଦୀଙ୍କର କଡ଼ା ମୁକାବିଲା କରୁଥିବା ବେଳେ ବିରୋଧୀ ଦଳ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ।ପାକିସ୍ତାନକୁ ଖୁସି କରିବା ପାଇଁ ବିରୋଧୀ ଦଳ ନେତା ଏପରି ମନ୍ତବ୍ୟ ଦେଉଛନ୍ତି ।ଯେତେବେଳେ ଦେଶ ଏକତାର ଆବଶ୍ୟକତା କରୁଥିଲା ସେତେବେଳେ ଦିଲ୍ଲୀରେ ୨୧ଟି ବିରୋଧୀ ଦଳର ନେତା ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ।

ସୀମାରେ ସ୍ଥିତି କିଛିଟା ଶାନ୍ତ ପଡ଼ିଥିବା ବେଳେ ଏବେ ଦେଶ ଭିତରେ ରାଜନୀତି ଗରମ ହେବାରେ ଲାଗିଛି ।

   Related Posts