ଘଣ୍ଟା ପ୍ରତି ୨୯ ହଜାର କିଲୋମିଟର ବେଗରେ ମାଡି ଆସୁଛି କ୍ଷୁଦ୍ରଗ୍ରହ, ରବିବାର ପୃଥିବୀ ନିକଟ ଦେଇ ଯିବ : ପୃଥିବୀ ଉପରେ ପ୍ରଭାବ ପଡିବା ନେଇ ଏମିତି କହିଲେ ବିଶେଷଜ୍ଞ…

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୦୭ : ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଉଲକା ପିଣ୍ଡ । ଘଣ୍ଟା ପ୍ରତି ୮.୨ କିଲୋମିଟର ବେଗରେ ଗତି କରୁଥିବା ଏହି ଉଲକା ପିଣ୍ଡ ପୃଥିବୀ ପୃଷ୍ଠର ଖୁବ ନିକଟ ଦେଇ ଗତି କରିବ । ନାସା କହିବା ମୁତାବକ ଏହି କ୍ଷୁଦ୍ରଗ୍ରହର ଆକାର ୪ଟି ଫୁଟବଲ ଗ୍ରାଉଣ୍ଡ ସହ ସମାନ । ଏହାର ଚଉଡା ୯୭ ମିଟର ଏବଂ ଲମ୍ବ ୨୩୦ ମିଟର ବୋଲି ବିଶେଷଜ୍ଞମାନେ କହିଛନ୍ତି । ନାସା କହିବା ମୁତାବକ, ଏହାକୁ Near-Earth Object (NEO) ଅର୍ଥାତ ପୃଥିବୀର ନିକଟବର୍ତ୍ତୀ କ୍ଷୁଦ୍ରଗ୍ରହ ବା ଧୂମକେତୁ ଭାବେ ପରିଭାଷିତ କରାଯାଏ । ଏହି ଉଲକା ପିଣ୍ଡର ନାମକରଣ କରାଯାଇଛି 2008 GO20 ।

ତେବେ ଏହି ଧୂମକେତୁ ପୃଥିବୀ ସହିତ ସେତେବେଳେ ଧକ୍କା ହେବ ଯେତେବେଳେ ଏହାର ଦୂରତା ପୃଥିବୀ ଏବଂ ସୂର୍ଯ୍ୟର ଦୂରତା ଠାରୁ ୧.୩ ଗୁଣା କମ ଥିବ । ତେଣୁ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହିତ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ତେଣୁ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ୧୯୩୫ ମସିହାରେ ପୃଥିବୀ ଠାରୁ ୧୯ ଲକ୍ଷ କିଲୋମିଟର ନିକଟ ଦେଇ ଗତି କରିଥିଲା କ୍ଷୁଦ୍ରଗ୍ରହ । ଶେଷ ଥର ପାଇଁ ୧୯୭୭ ମସିହାରେ ପୃଥିବୀ ନିକଟରୁ ୨୯ ଲକ୍ଷ କିଲୋମିଟର ଦେଇ ଗତି କରିଥିଲା କ୍ଷୁଦ୍ରଗ୍ରହ । ଏହାର ଅର୍ଥ ହେଉଛି ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ​‌ରେ ଯେତିକି ଦୂରତା ରହିଛି ତାହା ଠାରୁ ୧୧/୧୨ ଗୁଣା ଅଧିକ ଦୂରରେ ଗତି କରିବ ଏହି ଉଲକା ।

ଭୁବନେଶ୍ବରରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପ ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଗତକାଲି ଅର୍ଥାତ ରବିବାର ରାତି ୧୧ଟା ୨୧ ସମୟରେ ପୃଥିବୀର ସବୁଠାରୁ ନିକଟ ଦେଇ ଗତି କରିବ ‘2008 GO20’ କ୍ଷୁଦ୍ରଗ୍ରହ । ସେ ଆହୁରି ମଧ୍ୟ କହିଛନ୍ତି, ଏହି କ୍ଷୁଦ୍ରଗ୍ରହ ପୃଥିବୀ ଆଡକୁ ଘଣ୍ଟା ପ୍ରତି ୨୯ ହଜାର କିଲୋମିଟର ବେଗରେ ଆସୁଛି । ତେବେ ଏହି ଗତି ସାମ୍ନାରେ କିଛି ବି ଆସେ ତେବେ ତାହା ଧ୍ବଂସ ହେବା ଥୟ । ୨୦୦୮ ମସିହା ଜୁନ ୨୦ ତାରିଖରେ ଏହି ଭଳି ଏକ ଉଲକା ପିଣ୍ଡ ପୃଥିବୀ ନିକଟ ଦେଇ ଗତି କରିଥିଲା ଏବଂ ପୁନଶ୍ଚ ୨୦୩୪ ମସିହା ଜୁଲାଇ ୨୫ ତାରିଖରେ ଏହା ପୃଥିବୀ ନିକଟ ଦେଇ ଗତି କରିବ । ମଙ୍ଗଳ ଗ୍ରହ ଏବଂ ବୃହସ୍ପତି ଗ୍ରହ ନିକଟ ସୂର୍ଯ୍ୟଙ୍କ କକ୍ଷରେ ଲକ୍ଷ ଲକ୍ଷ କ୍ଷୁଦ୍ରଗ୍ରହ ଅହରହ ଗତି କରୁଛନ୍ତି । ପୃଥିବୀର ଗୁରୁତ୍ବାକର୍ଷଣ ଶକ୍ତି ଯୋଗୁଁ ବେଳେବେଳେ ଏହା ପୃଥିବୀ ନିକଟ ଦେଇ ଗତି କରନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୯୯.୯୯ ପ୍ରତିଶତ କ୍ଷୁଦ୍ରଗ୍ରହ ପୃଥିବୀ କକ୍ଷକୁ ଆସିବା ପୂର୍ବରୁ ଜଳିପୋଡି ପାଉଁଶ ହୋଇଯାନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.