ପୃଥିବୀ ଆଡକୁ ମାଡି ଆସୁଛି ବଡ ଧୂମକେତୁ- ନାସା ଦେଲା ସୂଚନା

Published By : Prameya-News7 Bureau | January 11, 2020 IST

ସୌର ଜଗତରେ ଅନେତ ଗ୍ରହାଣୁ ସହ ଧୂମକେତୁ ରହିଛନ୍ତି । ଏମାନେ ବିଭିନ୍ନ ଉପାଦାନରେ ତିଆରି । ଏଥିରେ ଅନେକ ପ୍ରକାର ଗ୍ୟାସୀୟ ପଦାର୍ଥ ରହିଛି । ଧୂମକେତୁମାନେ ସୂର୍ଯ୍ୟକୁ ପ୍ରଦକ୍ଷଣ କରୁଛନ୍ତି । ଏବେ ଏକ ବଡ ଧୂମକେତୁ ପୃଥିବୀ ଦିଗରେ ଅଗ୍ରସର ହେଉଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୃଥିବୀ ପାଖ ଦେଇ ଗତି କରିବ ବୋଲି ନାସା ପକ୍ଷରୁ ଚେତାବନୀ ଦିଆଯାଇଛି ।

{"id":209708,"width":578,"height":495,"sizeSlug":"large"}

ଏହି ବିଶାଳକାୟ ଧୂମକେତୁର ନାମ 2020AV2 । ଏହି ଜୋରରେ ଗତି କରୁଛି । ରବିବାରରେ ଏହା ପୃଥିବୀ ନିକଟ ଦେଇ ଗତି କରିବ ।

{"id":209709,"width":577,"height":460,"sizeSlug":"large"}

2020AV2 ଧୂମକେତୁ ଘଣ୍ଟା ପ୍ରତି ୨୮,୪୪୦ କିଲୋମିଟର ଗତି କରୁଛି । ନାସା ଓ୍ୱେବସାଇଟ୍‌ରେ ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

{"id":209710,"sizeSlug":"large"}

2020AV2 ଧୂମକେତୁର ଆକାର ୪ଟି ବସ୍‌ ଆକାର ସହ ସମାନା । ଏହା ପ୍ରାୟ ୫୦ ଫୁଟର । ଏହି ଧୂମକେତୁ ମାଡ ହେଲେ ଲଣ୍ଡନ କିମ୍ବା ନ୍ୟୁୟର୍କ ପରି ବଡ ବଡ ସହରକୁ ମିନିଟ୍‌କମଧ୍ୟରେ ଧ୍ୱଂସ କରିପାରେ ।

wp:core-embed/twitter {"url":"https://twitter.com/AsteroidWatch/status/1215761745496571904","type":"rich","providerNameSlug":"twitter","className":""}
https://twitter.com/AsteroidWatch/status/1215761745496571904
/wp:core-embed/twitter

2020AV2 ଧୂମକେତୁ ପୃଥିବୀ ନିକଟ ଦେଇ ଗଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଏହା ପୃଥିବୀଠାରୁ ୧,୬୪୫,୫୭୬ କିଲୋମିଟର ଦୂରରେ ଗତି କରିବ ।

ଏହା ପୂର୍ବରୁ ୪ଟି ବଡ ଧୂମକେତୁ ପୃଥିବୀ ନିକଟ ହୋଇ ଗତି କରିଛନ୍ତି । ଏଗୁଡିକ ହେଲେ 'Asteroid 2019 YV', 'Asteroid 2020 AL2', 'Asteroid 2019 YF4', 'Asteroid 2019 UO'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.