Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପ୍ଲାଷ୍ଟିକ,ଷ୍ଟିଲ୍ ବଦଳରେ ଏବେ ବଜାରକୁ ଆସିଲାଣି ବାଉଁଶର ବୋତଲ : ଜାଣନ୍ତୁ ଏହାର ଫାଇଦା ଏବଂ ମୂଲ୍ୟ

16/08/2019 at 4:32 PM

ପର୍ଯ୍ୟାବରଣକୁ ସୁରକ୍ଷିତ କରିବା ପାଇଁ ଏବଂ ସ୍ବାସ୍ଥ୍ୟ ପ୍ରତି ସଜାଗତାକୁ ନେଇ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ପାଇଁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ଅପରପକ୍ଷରେ ମୋଦି ସରକାର ଦ୍ବାରା ମେକ୍ ଇନ୍ ଇଣ୍ଡିଆ ଅର୍ଥାତ୍ ନିଜ ସ୍ବଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଜୋର ଦିଆଯାଉଛି। କାରଣ ଏହା ଦ୍ବାରା ଭାରତର ଅର୍ଥ ବ୍ୟବସ୍ଥା ମଜବୁତ ହେବା ସହ ଭାରତୀୟ ଲୋକଙ୍କ ରୋଜଗାରରେ ମଧ୍ୟ ବୃଦ୍ଧି ହେବ।  ପ୍ରାୟତଃ ଅଧିକାଂଶ ସ୍ଥାନରେ ପ୍ରଧାନ ମନ୍ତ୍ରୀଙ୍କ ଏହି ଯୋଜନାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଗଲାଣି । ସ୍ବାସ୍ଥ୍ୟ ଏବଂ ପର୍ଯ୍ୟାବରଣର ସୁରକ୍ଷା ପାଇଁ ମଧ୍ୟ ଲୋକେ ଇକୋ-ଫ୍ରେଣ୍ଡଲି ଜିନିଷ ଆଡ଼କୁ ଆକର୍ଷିତ ହେଉଛନ୍ତି।

ଆସାମର ଏକ ବ୍ୟକ୍ତି ଏବେ ନିଜ ନୂଆ ଆବିଷ୍କାରକୁ ନେଇ ଇଣ୍ଟରନେଟରେ ଛାଇ ଗଲେଣି। ସେ ବାଉଁଶ ବୋତଲର ଆବିଷ୍କାର କରିଛନ୍ତି। ଗୁଆହାଟୀର ବିଶ୍ବନାଥ ଚାରାଲିରେ ରହୁଥିବା ଧ୍ରୃତିମାନ ବୋରା ଏହି ବାଉଁଶ ବୋତଲର ଆବିଷ୍କାର କରିଛନ୍ତି ଯାହା ୧୦୦ ପ୍ରତିଶତ ଲିକ୍ ପ୍ରୃଫ ଅର୍ଥାତ୍ ଏଥିରେ ଆପଣ ଦୀର୍ଘ ସମୟ ଯାଏଁ ପାଣିକୁ ସୁରକ୍ଷିତ ରଖି ପାରିବେ।

ଧ୍ରୃତିମାନଙ୍କ କହିବାନୁସାରେ,ତାଙ୍କୁ ବାଉଁଶକୁ କାଟିବାରେ,ପଲିସିଙ୍ଗ ଶୁଖାଇବା ପାଇଁ ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ମିଶାଇ ଗୋଟିଏ ବୋତଲ ପ୍ରସ୍ତୁତ କରିବାକୁ ଅତି କମରେ ୪ରୁ ୫ଘଣ୍ଟା ସମୟ ଲାଗିଥାଏ। ପ୍ଲାଷ୍ଟିକ୍ ବୋତଲର ଉପଯୋଗ ବନ୍ଦ କରିବା ପାଇଁ ଏହି ବୋତଲର ଉପଯୋଗ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସାବ୍ୟସ୍ତ ହେବ।

ତାଙ୍କ କହିବାନୁସାରେ ଏଗୁଡ଼ିକୁ ପ୍ରସ୍ତୁତ କରିବାକୁ ତାଙ୍କୁ ପାଖାପାଖି ୧୭ବର୍ଷ ଲାଗିଗଲା। ବାଉଁଶର ଏହି ଜୈବିକ ବୋତଲ ଏକଦମ୍ ଓ୍ବାଟର ପ୍ରୃଫ। ଯାହା ଫଳରେ ପାଣି ଲିକ୍ ହୋଇନଥାଏ। ଏହି ବୋତଲ ମଜବୁତ ବାଉଁଶରେ ପ୍ରସ୍ତୁତ ହୋଇଥାଏ। ଏହି ବୋତଲର ବାହାର ଭାଗ ଓ୍ବାଟର ପ୍ରୃଫ ଅଏଲରେ ପଲିସ୍ କରାଯାଇଥାଏ ଯାହା ଏହାକୁ ଫିନିସିଙ୍ଗ ଲୁକ୍ ଦେଇଥାଏ। ବୋତଲର ଠିପି ମଧ୍ୟ ବାଉଁଶରେ ପ୍ରସ୍ତୁତ ହୋଇଥାଏ।

ବାଉଁଶରେ ପ୍ରସ୍ତୁତ ହୋଇଥିବା ଏହି ବୋତଲ ପୂରାପୂରି ଜୈବିକ ଏବଂ ଏହା ଗ୍ରୀଷ୍ମ ଦିନେ ପ୍ରବଳ ଉତ୍ତାପରେ ପାଣିକୁ ଥଣ୍ଡା ରଖିବ। ଧ୍ରୃତିମାନ ପ୍ଲାଷ୍ଟିକ୍ ବଦଳରେ ଇକୋ ଫ୍ରେଣ୍ଡଲି ଜିନିଷ ବାଉଁଶ ଏବଂ ଜୁଟରେ ପ୍ରସ୍ତୁତ କରିଥାଆନ୍ତି। ତାଙ୍କର ଏହି ଉଦ୍ୟମ ପାଇଁ ସେ ଭାରତକୁ ୧୦୦ପ୍ରତିଶତ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଆଶା କରିଛନ୍ତି।

ଆପଣଙ୍କୁ ଏହି ବାଉଁଶ ବୋତଲ ସହଜରେ ଅନଲାଇନରେ ମିଳିଯିବ। ଏହାର ଅଲଗା ଅଲଗା ଆକାର ଏବଂ ଡିଜାଇନ୍ ମଧ୍ୟ ମାର୍କେଟରେ ମିଳୁଛି। ମୂଲ୍ୟ କଥା କହିବା ଯଦି ଏହା ୪୦୦ଟଙ୍କାରୁ ଆରମ୍ଭ ହୋଇ ୬୦୦ଟଙ୍କା ମୂଲ୍ୟରେ ମିଳିବ।

   Related Posts