Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଶୋଇଥିବା ପତ୍ନୀଙ୍କୁ ଗୁଳି ମାରି ହତ୍ୟା କରି ପୋଲିସ୍ ଅଧିକାରୀ କଲେ ଆତ୍ମହତ୍ୟା

19/03/2019 at 12:33 PM

ଜଲନ୍ଧର ୧୯/୩: ଜଲନ୍ଧରରେ ପଞ୍ଜାବ ପୋଲିସର ଜଣେ ଏଏସଆଇ ସକାଳେ ଶୋଇଥିବା ତାଙ୍କ ପତ୍ନୀଙ୍କୁ ହତ୍ୟା କରି ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏଯାଏଁ ଏହି ଘଟଣାର କାରଣ ଜଣା ପଡ଼ିନାହିଁ।

ମୃତକ ୨ଜଣ ହେଲେ ଜଲନ୍ଧର କ୍ୟାଣ୍ଟର ମୋହଲ୍ଲା ଦଶମେଶ ନଗରର ଘର ନଂ -୧୨୭ରେ ରହୁଥିବା ୪୮ବର୍ଷ ବୟସ୍କ ଏଏସଆଇ ଗୁରୁବଂଶ ସିଂହ ଏବଂ ତାଙ୍କ ପତ୍ନୀ ୪୫ବର୍ଷ ବୟସ୍କା ବନ୍ଦନା ଭରଦ୍ବାଜ। ପରିବାରଲୋକଙ୍କ କହିବାନୁସାରେ ଏହି ଘଟଣା ସକାଳ ୭ଘଟିକାର। ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣାଯିବାରୁ ପରିବାରଲୋକେ ଉପର ଆଡ଼କୁ ଯାଇଥିଲେ। ଗୁରୁବଂଶ ତାଙ୍କ ପତ୍ନୀ ଶୋଇଥିବାବେଳେ ତାଙ୍କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ତା’ପରେ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ପରିବାରଲୋକେ ଡରିଯାଇ ତତକ୍ଷଣାତ୍ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

   Related Posts