ମୂର୍ତ୍ତିକାର ତିଆରି କରିଛନ୍ତି ନିଆରା ଗଣେଶ ମୂର୍ତ୍ତି, ଭକ୍ତଙ୍କୁ ଦର୍ଶନ ଦେବାସହ ସାନିଟାଇଜ କରିବେ ବାପ୍ପା

Published By : Prameya-News7 Bureau | August 19, 2020 IST

ମୁମ୍ବାଇ ୧୯/୦୮ : ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅଗଷ୍ଟ ୨୨ ତାରିଖରେ ପାଳନ କରାଯିବ | କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଣେଶ ପୂଜା ଫିକା ପଡିଯାଇଛି | ଏଥର ଗଣେଶ ପୂଜା ଧୂମଧାମରେ ପାଳନ କରାଯିବ ନାହିଁ | ମହାରାଷ୍ଟ୍ର କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି | ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ମୁମ୍ବାଇ ଘାଟକୋପରର ଜଣେ ମୂର୍ତ୍ତିକାର ବାପ୍ପାଙ୍କର ଏକ ନିଆରା ମୂର୍ତ୍ତି ଗଢ଼ିଛନ୍ତି | ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାସହ ସାନିଟାଇଜ ମଧ୍ୟ କରିବ | 

{"id":317207,"width":564,"height":403,"sizeSlug":"large"}

ପ୍ରାଞ୍ଜଳ ଆର୍ଟ୍ସ ସେଣ୍ଟରର ଜଣେ କଳାକାର ନିତିନ ରାମଦାସ ଚୌଧୁରୀ କହିଛନ୍ତି ଯେ ମୂର୍ତ୍ତିକାର ପ୍ରତିବର୍ଷ ନୂଆ ଏବଂ ରୋଚକ ବିଷୟବସ୍ତୁ ସହ ମୂର୍ତ୍ତି ଡିଜାଇନ କରନ୍ତି | ଏଥର କୋଭିଡ-୧୯କୁ ଦୃଷ୍ଟିରେ ରଖି ସାନିଟାଇଜ କଲାଭଳି ମୂର୍ତ୍ତି ତିଆରି କରିଛନ୍ତି | ମୂର୍ତ୍ତିକାର ରାମଦାସ କହିଛନ୍ତି ଯେ ଗଣେଶ ବାପ୍ପାଙ୍କ ମୂର୍ତ୍ତିରେ ଡିଷ୍ଟେମ୍ପର ଲଗାଯାଇଛି | ଇହାତଳେ ହାତ ଲଗାଇଲେ ସାନିଟାଇଜର ବାହାରିବ ଏବଂ ହାତକୁ ସାନିଟାଇଜ କରିବ | ଗଣପତି ସବୁ ସମସ୍ୟା ଦୂର କରନ୍ତି | ସେଥିପାଇଁ ସେ ମୂର୍ତ୍ତି ଭିତରେ ଶାସ୍ତ୍ର ଭାବେ ସାନିଟାଇଜର ଉପଯୋଗ କରିଛନ୍ତି ବୋଲି କହିଛନ୍ତି | ଗଣପତି ଏହି ଭାଇରସ ଶୀଘ୍ର ଦୂର କରିବେ |

{"id":317209,"width":567,"height":319,"sizeSlug":"large"}

ସେ କହିଛନ୍ତି, ପ୍ରତିବର୍ଷ ଅପେକ୍ଷା ଏଥର ମୂର୍ତ୍ତିର ଚାହିଦା କମ ଅଛି | କିନ୍ତୁ ଲୋକେ ପ୍ରଥମଥର ପାଇଁ ଏହିଭଳି ମୂର୍ତ୍ତି ଦେଖିବେ | ସେଥିପାଇଁ ଲୋକେ ମଧ୍ୟ ବହୁତ ଉତ୍ସାହିତ | ସେ ଏବେ ସୁଦ୍ଧା ଏହିଭଳି ୨-୩ ମୂର୍ତ୍ତି ତିଆରି କରିଛନ୍ତି | ଏହିଭଳି ଆହୁରି ଅଧିକ ମୂର୍ତ୍ତୀ ତିଆରି କରିବା ତାଙ୍କର ଲକ୍ଷ୍ୟ | ମୂର୍ତ୍ତିର ବୁକିଂ ଜାରି ରହିଛି | ଗୋଆ ଓ କୋଲକାତାରୁ ମଧ୍ୟ ଏହିଭଳି ମୂର୍ତ୍ତି ପାଇଁ ବୁକିଂ ମିଳିଛି ବୋଲି ରାମଦାସ କହିଛନ୍ତି | ଅନଲାଇନରେ ଲୋକେ ମୂର୍ତ୍ତି ବୁକିଂ କରୁଛନ୍ତି | ମୂର୍ତ୍ତିରେ ସେନ୍ସର ସହ ବିଭିନ୍ନ ପ୍ରକାର ଲାଇଟ ମଧ୍ୟ ଲଗାଯାଇଛି ଏବଂ ରିମୋଟ ଦ୍ୱାରା ସଞ୍ଚାଳିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.