ଖେତରେ ଜରୁରି ଅବତରଣ କଲା ବାୟୁସେନା ଆପାଚେ ଯୁଦ୍ଧ ହେଲିକପ୍ଟର, ପାଇଲଟ ସୁରକ୍ଷିତ

Published By : Prameya-News7 Bureau | April 17, 2020 IST

ବୁଧବାର ୧୭।୪:  ଭାରତୀୟ ବାୟୁସେନାର ଏକ ଆପାଚେ ଯୁଦ୍ଧ ହେଲିକପ୍ଟର ଶୁକ୍ରବାର ପଞ୍ଜାବ ବୁଧବାର ଗାଁର ଚାଷ ଜମିରେ ଜରୁରି ଅବତରଣ କରିଛି। ହେଲିକପ୍ଟରଟି ପଠାନକୋଟ୍ ବାୟୁସେନା ଘାଟିରୁ ଉଡାଣ କରିଥିବା ବେଳେ ରାସ୍ତାରେ ଯାନ୍ତ୍ରୀକ ତ୍ରୁଟି ସମ୍ପର୍କିତ ସୂଚନା ଯୋଗୁ ପାଇଲଟ ସତର୍କତା ସ୍ୱରୂପ ଜରୁରି ଅବତରଣ କରାଇଛନ୍ତି।

{"id":255709,"width":581,"height":384,"sizeSlug":"large"}

ତେବେ ଏଥିରେ ଉଭୟ ହେଲିକପ୍ଟର ଓ ଚାଳକ ସୁରକ୍ଷିତ ଥିବା ବାୟୁସେନା ସୂଚିତ କରିଛନ୍ତି। ତେବେ ବୈଷୟିକ ଟିମ୍ ପହଞ୍ଚି ହେଲିକପ୍ଟରର ଯାଞ୍ଚ ପରେ ସେଠାରୁ ପୁଣି ହେଲିକପ୍ଟରକୁ ପଠାନକୋଟ୍ ଫେରାଇ ନିଆଯିବ ବୋଲି କୁହାଯାଇଛି। ଜରୁରି ଅବତରଣ କରିଥିବା ଏହି ହେଲିକପ୍ଟରଟି ଏକ ଆପାଚୀ ଏଏଚ୍-୬୪-ଇ ବିଧ୍ୱଂସକ ହେଲିକପ୍ଟର। ଏହାକୁ ଗତବର୍ଷ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

{"id":255710,"sizeSlug":"large"}

ବିଲରେ ହେଲିକପ୍ଟର ଓହ୍ଲାଇଥିବା ଖବର ପ୍ରଚାର ହେବା ଯୋଗୁ ଆଖପାଖ ଗାଁର ଲୋକେ ଭିଡ ଜମାଇଛନ୍ତି। ତେବେ ଫସଲ ଅମଳ ସରିଥିବାରୁ ହେଲିକପ୍ଟରର ଜରୁରି ଅବତରଣ ଯୋଗୁ ଚାଷୀଙ୍କର କୌଣସି କ୍ଷତି ହୋଇନଥିବା ଗ୍ରାମର ସରପଞ୍ଚ କୂଲଦୀପ ସିଂହ କହିଛନ୍ତି। ସୂଚନା ପାଇ ସ୍ଥାନୀୟ ପୋଲିସ ହେଲିକପ୍ଟର ଅବତରଣ କରିଥିବା ସ୍ଥାନରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.