Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କେନ୍ଦୁଝର: ମାଟି ତଳୁ ମିଳିଲା ଧାତୁରେ ନିର୍ମିତ ଏକ ପ୍ରାଚୀନ ମୂର୍ତ୍ତି

1/06/2020 at 10:44 PM

କେନ୍ଦୁଝର୧/୬: କେନ୍ଦୁଝର ଜିଲ୍ଲା ଟୁକୁଡ଼ିହା ପଞ୍ଚାୟତ ରସବନ୍ତଳା ଗ୍ରାମର ବିନୋଦ ବିହାରୀ ନାଏକଙ୍କ ବାଡ଼ିରୁ ପ୍ରାଚୀନ ଧାତୁ  ମୂର୍ତ୍ତି ଉଧାର ହୋଇଛି। ସୋମବାର ଗଛ ଲଗାଇବା ପାଇଁ ଏକ ଗାତ ଖୋଳୁ ଥିବାବେଳେ ୩ ଫୁଟ ମାଟି ତଳେ  ଏକ ପ୍ରାଚୀନ ମୂର୍ତ୍ତି ଦେଖିବା ପରେ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି। ଏ ଖବର ଜାଣିବା ପରେ  ସ୍ଥାନୀୟ ଅଞ୍ଚଳରେ ପ୍ରାଚୀନ ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସକତା ଦେଖାଦେଇଛି। ମୂର୍ତ୍ତିଟି କେଉଁ କାଳ ଓ କେଉଁ  ଧାତୁରେ ନିର୍ମିତ ସ୍ପଷ୍ଟ ହୋଇନଥିବା ବେଳେ।ହାତୀ ଉପରେ ବସିଥିବା ମହିଳା ଜଣକ ଖୁବ ସମ୍ଭବ ଧନଧାତ୍ରୀ ଦେବୀ ଲକ୍ଷ୍ମୀ ବୋଲି ଅନୁମାନ କରାଯାଉଛି।

ହାତୀ ଉପରେ ବସିଥିବା ମହିଳା ମୂର୍ତ୍ତି ଙ୍କ ଦୁଇ ହାତରେ ଦୀପ, ମୁଣ୍ଡ ଉପରେ ଦୀପ ଓ ହାତୀ ଶୁଣ୍ଢ ରେ ୩ ଟି ଦୀପ ଥିବା ଦେଖିବାକୁ ମିଳିଛି। ଗତ ନିର୍ବାଚନରେ ପାଟଣା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରୁ ବିଧାୟକ ଭାବେ ବିନୋଦ ନିର୍ବାଚନ ଲଢ଼ିଥିଲେ।ସେ ଜଣେ ଚାଷୀ ପରିବାରରୁ ହୋଇଥିବାରୁ ନିଜ ବାଡ଼ିରେ ଆମ୍ବ ଗଛ ଲଗାଇବାକୁ  ଖୋଳୁ ଥିବା ସମୟରେ ଶାବଳ ମୂର୍ତ୍ତି ଉପରେ ବାଜି  ଶବ୍ଦ ହୋଇଥିଲା।  ସେ ସାବଧାନ ସହ ଖୋଳି ମୂର୍ତ୍ତିଟିକୁ ଅକ୍ଷତ ଭାବେ ଉଦ୍ଧାର କରିଥିଲେ। ବହୁ ବର୍ଷ ପୂର୍ବେ ଅସନପାଟ ଗ୍ରାମରେ ଶିବଙ୍କ ନଟରାଜ ବହୁ ପୁରାତନ ମୂର୍ତ୍ତି ବାହାରିଥିଲା। ତେବେ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ନତାତ୍ତ୍ୱିକ ମାନେ ଅନୁସନ୍ଧାନ କଲେ  ଏହାର ଐତିହାସିକତା ଉପରେ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଅଞ୍ଚରେ ମତ ପ୍ରକାଶ ପାଇଛି।

   Related Posts