ଜଳୁଛି ଶିମିଳିପାଳ: ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ, ଲିଭାଇବାରେ ଲାଗିଛନ୍ତି ୮୦୦ କର୍ମଚାରୀ ସହ ୪୦ ଅଗ୍ନିଶମ ଗାଡ଼ି

Published By : Prameya-News7 Bureau | March 03, 2021 IST

ଶିମିଳିପାଳ ୦୩।୦୩: ବିପଦରେ ଶିମିଳିପାଳ ଜଙ୍ଗଲ । ଶିମିଳିପାଳରେ ନିଆଁ ଲାଗିଥିବାରୁ ଶହ ଶହ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଛି । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଲାଗିଛନ୍ତି । ପିସିସିଏଫ୍‌ଙ୍କ ନେତୃତ୍ଵରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ନିଆଁ ଲାଗିବାର କାରଣ ଖୋଜିବା ସହ ନିଆଁ କିଭଳି ଲିଭାଯିବା ସେନେଇ ଉଦ୍ୟମ ଚଳାଇଛନ୍ତି ।

ଶିମିଳିପାଳର ଏକର ଏକର ଜଙ୍ଗଲରେ ନିଆଁ  ଲାଗିଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ  ଠା ଠା କରି ଚାରିପଡୁ ଲାଗିଛି।  ଆଉ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଡେଉଁଛି।  କରଞ୍ଜିଆ ବନଖଣ୍ଡରେ ଥିବା ବିଭିନ୍ନ ରେଞ୍ଜ ଅଫିସ ଅଧୀନ ଜଙ୍ଗଲରେ ଏହି ନିଆଁ ଲାଗିଛି।  ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି, ନଅଣା, ଗୁରୁଗୁଡ଼ିଆ,  ବରେହିପାଣି, ଦୁଧିଆଣି ,ସାତକୋଶିଆ ପ୍ରଭୁତି ରେଞ୍ଜରେ  ପ୍ରତି ଦିନ କେଉଁଠି ନାଁ କେଉଁଠି ନିଆଁ ଜଳୁଛି।  ଶିମିଳିପାଳରେ ନିଆଁ ଲାଗିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକାଶ କରିବା ପରେ କେନ୍ଦ୍ର ପରିବେଶ ମନ୍ତ୍ରୀ ନିଆଁକୁ ନିୟନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପିସିସିଏଫଙ୍କ ନେତୃତ୍ବରେ ଏକ ଟିମ୍ ଘଟଣା ସ୍ଥଳକୁ ଯାଇଛି । ଏହି ଟିମ୍ ନିଆଁ ଲାଗିବାର କାରଣ ଖୋଜିବେ ଓ କେମିତି ଆୟତ୍ତ କରିହେବ ବିଭାଗ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆଯିବ ।

{"id":417413,"sizeSlug":"large","linkDestination":"none"}

ନିଆଁଲିଭା କାମରେ ୮ ଶହ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜଙ୍ଗଲ କର୍ମଚାରୀଙ୍କ ସହ ୨୫୦ ଜଣ ଜଗୁଆଳୀ ମଧ୍ୟ ନିୟୋଜିତ ହୋଇଛନ୍ତି। ୪୦ଟି ଅଗ୍ନିଶମ ଗାଡ଼ି ଓ ୨୪୦ଟି ଫାୟାର ଗ୍ଲୋୟର ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି । ଘଟଣାର ଅନୁଧ୍ୟାନ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

{"id":417414,"sizeSlug":"large","linkDestination":"none"}

ତେବେ ନିଆଁ ଆଜି କି କାଲି ଲାଗିନି ୪-୫ ଦିନ ହେଲା ଶିମିଳିପାଳର ବିଭିନ୍ନ ଭାଗରେ ନିଆଁ ଲାଗିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି।   କାହିଁକି ଓ କେମିତି ଶିମିଳିପାଳରେ ଲାଗୁଛି ନିଆଁ ।  ସ୍ଥାନୀୟ ଲୋକଙ୍କ ଅଭିଯୋଗ ଦୁଇଟି କାରଣ ପାଇଁ ନିଆଁ ଲାଗୁଛି । ପ୍ରଥମଟି ମହୁଲ ଗୋଟେଇବାକୁ ଯାଇ ଲୋକେ ଅଧିକାଂଶ ସ୍ଥାନରେ ନିଆଁ ଲଗାଇ ଦେଉଛନ୍ତି । ଅନ୍ୟ କାରଣଟି ହେଉଛି ବନ୍ୟଜନ୍ତୁ ଶିକାର ପାଇଁ ଲୋକେ ନିଆଁ ଲଗାଉଛନ୍ତି । ଜଙ୍ଗଲରେ ନିଆଁ ଲଗାଇବା ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ବି ଲୋକେ ଏହାକୁ ଖାତିର କରୁନାହାନ୍ତି।

{"id":417415,"sizeSlug":"large","linkDestination":"none"}

ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ନିଆଁ ଲଗାଉଥିବା ଲୋକଙ୍କୁ ଧରିବା ଓ ପଦକ୍ଷେପ ନେବା ବେଶ କଷ୍ଟକର ହେଉଥିବା ଅଭିଯୋଗ ହେଉଛି । ଖରା ଦିନ ବଢୁଥିବାରୁ କେବଳ ଶିମିଳିପାଳ ନୁହେଁ ରାଜ୍ୟର ଅନ୍ୟ ଜଙ୍ଗଲଗୁଡିକରେ ବି ନିଆଁ ଲାଗିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.