ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ

Published By : Prameya-News7 Bureau | March 07, 2021 IST

ପାଟଣା ୦୭।୦୩: ରାଜ୍ୟରେ ସଂପ୍ରତି ଅନେକ ଜଙ୍ଗଲ ନିଆଁର କରାଳରେ ଛାରଖାର ହେବାରେ ଲାଗିଛି। ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ରାଜ୍ୟଠୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଏହି କ୍ରମରେ  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଦର ରେଞ୍ଜ ଅନ୍ତର୍ଗତ ଜଡିଚାତର ସଂରକ୍ଷିତ ଜଙ୍ଗଲରେ ରବିବାର ଅପରାହ୍ନ ରେ ନିଆଁ ଲାଗି ଜଙ୍ଗଲ ଭିତରେ ଥିବା ହଜାର ହଜାର  ମୂଲ୍ୟବାନ ଗଛ ଜଳି ପୋଡି ନଷ୍ଟ ହୋଇଯାଇଛି।

ନିଆଁ ଲାଗିବାର କୌଣସି କାରଣ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପଟେ ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରେ ୪ ଟି ସ୍ଥାନରେ ନିଆଁ ଲାଗିଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲାଗିଥିବାରୁ ଅନେକ ସରୀସୃପ ଜାତୀୟ ଜୀବ ଜଳି ଯାଇଥିବା ବେଳେ ବନ୍ୟ ଜନ୍ତୁ ଙ୍କ ଜୀବନ ବିପଦ ରେ ଅଛି ଜୀବନ ବଞ୍ଚାଇବା ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଥିବାରୁ ସଂରକ୍ଷିତ ଜଙ୍ଗଲ ନିକଟରେ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.