ଓ୍ବାର୍କଆଉଟ୍ ଫ୍ରମ୍ ହୋମ୍ : ଟିକଟକରେ ଏକ୍ସରସାଇଜ କରିବାର ବିନଦାସ୍ ଭିଡିଓ ଭାଇରାଲ୍ କଲେ ବଲିଉଡ ଅଭିନେତ୍ରୀ
10/04/2020 at 3:45 PM

ମୁମ୍ବାଇ ୧୦/୪: ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବାବେଳେ ଏବେ ସେଲିବ୍ରିଟିମାନେ ଘରେ ରହି ନିଜ ସମୟ ବିତାଉଛନ୍ତି। କେତେକ ସେଲିବ୍ରିଟି ନିଜ ଫ୍ରି ଟାଇମରେ କୁକିଂ କରି ପରିବାର ସହ ରହୁଛନ୍ତି ତ କେତେକ ନିଜ ଫିଟନେସ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ନିକଟରେ ଅଭିନେତ୍ରୀ ଅମାୟରା ଦସ୍ତୁରଙ୍କ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ସେ ପୂରା ଭିନ୍ନ ପ୍ରକାରର ଓ୍ବାର୍କଆଉଟ୍ କରୁଥିବା ନଜର ଆସିଛନ୍ତି।
ଅମାୟରା ଦସ୍ତୁର ଏବେ ଟିକଟକ୍ ଆପରେ ଟ୍ରେଣ୍ଡରେ ଚାଲୁଥିବା ଫିଟନେସ୍ ଚ୍ୟାଲେଞ୍ଜ ନେଇଛନ୍ତି। ସେ ଏହି ଚ୍ୟାଲେଞ୍ଜକୁ କରିବାବେଳେ ନିଜ ଟିକଟକ୍ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଅମାୟରା ଲୋକପ୍ରିୟ ଗୀତ ‘ହିଟ ୟୁ ରୋଲି’ ଗୀତରେ ପ୍ଳାଙ୍କ୍ ଏବଂ ଏକ୍ସରସାଇଜ କରୁଛନ୍ତି। ଏହି କଷ୍ଟ ଚ୍ୟାଲେଞ୍ଜକୁ ପୂରା କରି ଅମାୟରା ଏହି ଗୀତରେ ଲିପସିଙ୍କ ମଧ୍ୟ କରୁଛନ୍ତି।
କାମରୁ ଫୁରସତ ପାଇ ଅମାୟରା ଏବେ ନିଜ ଫିଟନେସ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ସେ ଏହା ପୂର୍ବରୁ ମଧ୍ୟ ଟିକଟକ୍ ଆକାଉଣ୍ଟରେ ଅନେକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସ୍କିପିଂ ଏବଂ ଏକ୍ସରସାଇଜ କରୁଛନ୍ତି। ଅମାୟରା ଟିକଟକ ଆପରେ ସକ୍ରିୟ ଅଛନ୍ତି ଏବଂ ଏହି ଆପରେ ତାଙ୍କର ୧.୭ମିଲିୟନ୍ ଲାଇକ୍ସ ଏବଂ ୪୩୦.୩ହଜାର ଫଲୋଅର୍ସ ଅଛନ୍ତି।
