Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମିଲିନ୍ଦ ସୋମନଙ୍କ ପରେ ନ୍ୟୁଡ୍ ଫଟୋଶୁଟ୍ କରାଇଲେ ଆମି ଜ୍ୟାକସନ୍ : ସୋସିଆଲ୍ ମିଡିଆରେ ହଇଚଇ

18/11/2020 at 12:20 PM

ମୁମ୍ବାଇ ୧୮/୧୧: ବଲିଉଡରେ ବୋଲ୍ଡନେସର ସୀମା ଅତିକ୍ରମ କରୁଥିବା ଅଭିନେତ୍ରୀ ଆମି ଜ୍ୟାକସନ୍ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ଆମିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଫଟୋରେ ଆମି ଟପଲେସ୍ ନଜର ଆସିଛନ୍ତି।

ଆମି ନିକଟରେ ନିଜର ଏକ ସୁନ୍ଦର ଫଟୋଶୁଟ୍ କରାଇଥିଲେ। ସେହି ଫଟୋଶୁଟରୁ ଆମି ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଫଟୋରେ ଆମି ଅତ୍ୟଧିକ ବୋଲ୍ଡ ଅବତାରରେ ନଜର ଆସିଛନ୍ତି।

ଆମି ଏହା ପୂର୍ବରୁ ମଧ୍ୟ ନିଜ ବୋଲ୍ଡ ଫଟୋ ସେୟାର କରିଛନ୍ତି। କିନ୍ତୁ ତାଙ୍କର ଏହି ଅନ୍ଦାଜ ପୂରା ଭିନ୍ନ। ଏବେ ଏହି ଫଟୋ ଟ୍ରେଣ୍ଡ ହେବା ସହ ସୋସିଆଲ ମିଡିଆରେ ଜୋରସୋରରେ ସେୟାର ହେଉଛି।

ଆମିଙ୍କ ଏହି ଟପଲେସ୍ ଫଟୋକୁ ୪ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଛି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫଟୋରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ତାଙ୍କ ଫିଟନେସ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଆମି ଜ୍ୟାକସନ ସୋସିଆଲ୍ ମିଡିଆରେ ନିଜର ବର୍ଷକର ପୁଅର ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି। ସେ କରୋନା କାଳରେ ତାଙ୍କ ସହ ଖୁବ୍ କ୍ବାଲିଟି ଟାଇମ୍ ବିତାଇଛନ୍ତି।

ଆମିଙ୍କ ପୂର୍ବରୁ ଅଭିନେତା ମିଲିନ୍ଦ ସୋମନ ମଧ୍ୟ ନିଜର ନ୍ୟୁଡ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଜନ୍ମଦିନ ଅବସରରେ ସେ ବିଚ୍‌ରେ ଦୌଡ଼ୁଥିବାବେଳେ ନିଜର ଏକ ଫଟୋ ସେୟାର କରିଥିଲେ। ଫଟୋରେ ମିଲିନ୍ଦ ବିନା ପୋଷାକରେ ଦୌଡ଼ିଥିଲେ।

କିନ୍ତୁ ସେହି ଗୋଟିଏ ଫଟୋ ଯୋଗୁଁ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କୋଲଭା ପୋଲିସ୍ ଷ୍ଟେସନରେ ଆଇପିସି ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମିଲିନ୍ଦ ସୋମନଙ୍କ ବିରୋଧରେ କେସ୍ ରେଜିଷ୍ଟାର କରାଯାଇଥିଲା।

   Related Posts