ବିବାହ ପୂର୍ବରୁ ମାଆ ହେବାକୁ ଯାଉଛନ୍ତି ଆମି ଜ୍ୟାକସନ୍
1/04/2019 at 5:23 PM

ମୁମ୍ବାଇ ୧/୪: ବଲିଉଡ ଅଭିନେତ୍ରୀ ଆମି ଜ୍ୟାକସନ୍ ନିଜ ବୟଫ୍ରେଣ୍ତ ଜର୍ଜ ପାନାୟିଟୁଙ୍କ ସହ ରିଲେସନସିପରେ ଅଛନ୍ତି। ଆଶା କରାଯାଉଛି ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ। କିନ୍ତୁ ବିବାହ ପୂର୍ବରୁ ଆମି ଜ୍ୟାକସନ ଗତକାଲି ପ୍ରେଗନାନ୍ସି ଖବର ସେୟାର କରି ଫ୍ୟାନଙ୍କୁ ଚକିତ କରି ଦେଇଛନ୍ତି।

ଆମି ଜ୍ୟାକସନ୍ ନିଜ ବୟଫ୍ରେଣ୍ଡଙ୍କ ସହ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଆମିଙ୍କ ବେବି ବମ୍ପ୍ ଭଲଭାବେ ନଜର ଆସୁଛି।

ଆମି ଜ୍ୟାକସନ ଏବଂ ଜର୍ଜ ପାନାୟିଟୁଙ୍କ କେମିଷ୍ଟ୍ରି ଅନେକ ଥର ସୋଶିଆଲ ମିଡିଆରେ ନଜର ଆସି ସାରିଛି। କିଛି ଦିନ ପୂର୍ବରୁ ଆମିଙ୍କ ବିବାହ ଖବର ଚର୍ଚ୍ଚାରେ ଥିଲା। ଆମିଙ୍କ ବିବାହ ପାଇଁ ଗ୍ରୀସର ଲୋକେସନ ଫାଇନାଲ କରାଯାଇଥିଲା।

ଆମି ଜ୍ୟାକସନ ସମୁଦ୍ର କୂଳରେ ବିବାହ କରିବାକୁ ଚାହାନ୍ତି। ୨୦୨୦ ଜାନୁୟାରୀରେ ସେ ଜର୍ଜଙ୍କୁ ବିବାହ କରି ପାରନ୍ତି।

ଆମିଙ୍କ ବୟଫ୍ରେଣ୍ଡ ପାନାୟିଟୁଙ୍କ ଲଣ୍ଡନରେ ଅନେକ ବିଳାସମୟ ହୋଟେଲ୍ ରହିଛି ସେଗୁଡ଼ିକ ହେଲା ପାର୍କ ପ୍ଲାଟା,ହିଲଟନ,ଡବଲ ଟ୍ରି ଆଦି। ସେ ଜଣେ ବିଲଡର ଆଣ୍ଡ୍ରୃସ ପାନାୟିଟୁଙ୍କ ପୁଅ। ସେ ଆବିଲିଟି ଗ୍ରୃପର ଫାଉଣ୍ଡର ମଧ୍ୟ।

ଆମି ବଲିଉଡ ଫିଲ୍ମ ‘ଏକ ଦିଓ୍ବାନା ଥା’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ପ୍ରତୀକ ବବ୍ବର ଲିଡ ରୋଲରେ ଥିଲେ।

ଏହାପରେ ଆମିଙ୍କୁ ‘ସିଂ ଇଜ ବ୍ଲିଙ୍ଗ’ ,‘୨.୦’ରେ ଦେଖିବାକୁ ମିଳିଥିଲା। ଆମି ନିଜ ଗ୍ଲାମରସ୍ ଅନ୍ଦାଜ ପାଇଁ ଦର୍ଶକଙ୍କ ଗହଣରେ ଲୋକପ୍ରିୟ ହୋଇପାରିଛନ୍ତି।
