Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆମେରିକା ସୁପ୍ରିମକୋର୍ଟର ନୂଆ ବିଚାରପତି ଏମି କୋନ୍, ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କୁହାଯାଉଛି ଏହା ଟ୍ରମ୍ପଙ୍କ ବଡ଼ ବିଜୟ

27/10/2020 at 11:40 AM

ଓ୍ବାଶିଂଟନ୍ ୨୭/୧୦: ଆମେରିକା ସିନେଟରେ ଅକ୍ଟୋବର ୨୬ରେ ସୁପ୍ରିମ କୋର୍ଟର ନୂଆ ବିଚାରପତି ମନୋନୟନକୁ ନେଇ ଭୋଟିଂ ହୋଇଥିଲା। ଭୋଟିଂରେ ଆମେରିକା ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଏମି କୋନି ବାରେଟ୍ ଶପଥ ନେଇଛନ୍ତି। ତେବେ ଆମେରିକା ସିନେଟ୍ ତାଙ୍କ ନାଁକୁ ମଞ୍ଜୁରୀ ପ୍ରଦାନ କରିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ବ ମିଳିଛି। ଏମି ଜଜ ରୁଥା ବେଡ୍ ଜିଓ୍ବର୍ଗଙ୍କ ସ୍ଥାନ ନେଇଛନ୍ତି ଯାହାଙ୍କ ମୃତ୍ୟୁ ପରେ ଏହି ପଦବି ଖାଲି ପଡ଼ି ଥିଲା। ଏହା ସହ ସେ ନଅ ସଦସ୍ୟ ବିଶିଷ୍ଟ ବେଞ୍ଚରେ ମଧ୍ୟ ସାମିଲ ହୋଇଛନ୍ତି।

ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବାକୁ ଆଉ ଦିନ କେଇଟା ବାକି ଅଛି। ନିର୍ବାଚନ ପୂର୍ବରୁ ଏମିଙ୍କ ସୁପ୍ରିମ କୋର୍ଟ ବିଚାରପତି ହେବା ଡୋନାଲ୍ଡ ଟ୍ରମ୍ପଙ୍କର ବଡ଼ ଜିତ ବୋଲି କୁହାଯାଉଛି। ଆମେରିକା ସିନେଟ୍ ଏମିଙ୍କ ନାଁରେ ୫୨-୪୮ ଭୋଟ୍ କରିଥିଲେ। ଆମେରିକା ସିନେଟ ରିପବ୍ଲିକାନ ପାର୍ଟି ନିୟନ୍ତ୍ରଣରେ ରହିଛି।

ଟ୍ରମ୍ପ ହ୍ବାଇଟ ହାଉସରେ ଏହି ଅବସରରେ କହିଛନ୍ତି ଏହା ଆମେରିକା ଓ ଆମେରିକା ସମ୍ବିଧାନ ପାଇଁ ଗୁରୁତ୍ବପୂଣ୍ଣ। ସ୍ପଷ୍ଟ ଓ ବିନା ଭେଦଭାବ ଆଇନ ଶାସନ ଚଳାଇବା ପାଇଁ ମହତ୍ତ୍ବପୂଣ୍ଣ। ସିଏନଏନ ରିପୋର୍ଟ ଅନୁସାରେ ଏମିଙ୍କ ସୁପ୍ରିମକୋର୍ଟ ବିଚାରପତି ହେବା କୋର୍ଟକୁ ରୁଢ଼ିବାଦୀ ଦିଶାକୁ ନେଇପାରେ ବୋଲି କୁହାଯାଉଛି। କାରଣ ତାଙ୍କ ବୟସ ମାତ୍ର ୪୮ ବର୍ଷ। ସେ ସୁପ୍ରିମକୋର୍ଟ ଇତିହାସରେ ଏବେ ସୁଦ୍ଧା ସବୁଠୁ କମ୍ ବୟସ୍କ ବିଚାରପତି। ଏଭଳି କୁହାଯିବାର କାରଣ ହେଉଛୀ ଏମି ଓବାମା କେୟାର ହଟାଇବାକୁ କହିଛନ୍ତି। ଏଥିରେ ସୁପ୍ରିମକୋର୍ଟକୁ ୬-୩ ବହୁମତ ମିଳିଯିବ। ଏହା ସହ ଅନ୍ୟ କିଛି ଗମ୍ଭୀର ପ୍ରସଙ୍ଗ ଉପରେ ପରିଣାମ ଦେଖିବାକୁ ମିଳିପାରେ।

ଡେମୋକ୍ରେଟ ଚେତାବନୀ ଦେଇଛି ନୂଆ ଜଜ ଏମି ଓବାମାକେୟାରକୁ ହଟାଇବାକୁ ନେଇ ଭୋଟ କରିବେ। ମାତ୍ର ଓବାମା କେୟାରରୁ କୋଟି କୋଟି ଆମେରିକା ଲୋକଙ୍କୁ ହେଲଥ ଇନସ୍ୟୁରାନ୍ସ ମିଳିଛି। ଏହାବାଦ୍ ୧୯୭୧ର ଆବୋର୍ସନ ଅଧିକାର ଉପରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକୁ ମଧ୍ୟ ସେ ଓଲଟାଇ ଦେଇପାରନ୍ତି।

ଏମିଙ୍କ ନୋମିନେସନରୁ ନିଶ୍ଚିତ ହୋଇଯାଇଛି ଯେ ସୁପ୍ରିମ​‌କୋର୍ଟ ରିପବ୍ଲିକାନ୍ସର ବହୁମତ ରହିଛି ଓ ଟ୍ରମ୍ପଙ୍କ ପସନ୍ଦରେ ରିପବ୍ଲିକାନ୍ସ ଏକଜୁଟ ହୋଇ ଭୋଟ କରିଛନ୍ତି। ଅନ୍ୟପଟେ ଡେମୋକ୍ରେଟ୍ସ ଯୁକ୍ତି କରିଛନ୍ତି ଯେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀଙ୍କୁ ସୁପ୍ରିମକୋର୍ଟର ନମିନି ବାଛିବା ଦରକାର।

   Related Posts