୧୪ କୋଟି ଟଙ୍କାର ଟିକସ୍ ପୈଠ କଲାନି ଆଲିଗଡ ମୁସଲିମ ୟୁନିଭର୍ସିଟି, ସିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ

Published By : Prameya-News7 Bureau | January 05, 2021 IST

ଆଲିଗଡ ୦୫।୦୧: ଟିକସ୍ ପୈଠ ନକରିବାରୁ ଆଲିଗଡ ନଗର ନିଗମ ଆଲିଗଡ ମୁସଲିମ ବିଶ୍ଵ ବିଦ୍ୟାଳୟର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି। ଟିକସ୍ ବାବଦରେ ଏଏମୟୁକୁ ପାଖାପାଖି ୧୪ କୋଟି ଟଙ୍କା ପୈଠ କରିବାର ଅଛି। ସୋମବାର ପ୍ରଶାସନ ପକ୍ଷରୁ ଏହାର ସୂଚନା ଦିଆଯାଇଛି।

ଆଲିଗଡ ମୁଖ୍ୟ ଟ୍ୟାକ୍ସ ଅଫିସର ବିନୟ କୁମାର ରାୟ କହିଛନ୍ତି ପ୍ରଶାସନ ଏଏମୟୁକୁ କର ପୈଠ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ହେଲେ ଏଏମୟୁ ଗମ୍ଭୀରତାର ସହ ଏହାକୁ ନେଇ ନାହିଁ।

ଏଏମୟୁକୁ ଆଲିଗଡ ନଗର ନିଗମ ନିକଟରେ ଟିକସ ବାବଦରେ ୧୪ କୋଟି ୮୩ ଲକ୍ଷ ଟଙ୍କା ପୈଠ କରିବାର ଅଛି। ଏହି  ବକେୟା କର ଗତ ୮ ରୁ ୧୦ ବର୍ଷ ହେବ ପଡି ରହିଛି। ୨୦୧୯ରେ ଏହି କାରଣରୁ ବିଶ୍ଵ ବିଦ୍ୟାଳୟର ଆକାଉଣ୍ଟ ସିଜ୍ କରାଯାଇଥିଲା। ଆମେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କର ପୈଠ କରିବାକୁ ପର୍ଯ୍ୟାପ୍ତ ସମୟ ଦେଇଥିଲେ ମଧ୍ୟ ସେମାନେ ଏହା କରି ନାହାନ୍ତି। ଏହା ପରେ ଆମେ ଏଏମୟୁର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିବାକୁ ବାଧ୍ୟ ହୋଇଛୁ ବୋଲି ରାୟ କହିଛନ୍ତି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯଦି ଗୋଟିଏ ସପ୍ତାହ ଭିତରେ କର ପୈଠ ନହୁଏ ତେବେ ଏଏମୟୁର ଆକାଉଣ୍ଟରେ ଥିବା ଟଙ୍କା ନଗର ନିଗମକୁ ହସ୍ତାନ୍ତର ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.