Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମୃତ୍ୟୁ ସହ ଲଢୁଛନ୍ତି ଅମୂଲ୍ୟ : ଶଙ୍ଖା-ସିନ୍ଦୂର ବଞ୍ଚାଇବାକୁ ସ୍ତ୍ରୀର ଶେଷ ପ୍ରୟାସ, ସ୍ୱାମୀଙ୍କ ଇକ୍‌ମୋ ଚିକିତ୍ସା ପାଇଁ ଲୋଡୁଛନ୍ତି ସାହାଯ୍ୟ

13/06/2021 at 11:31 AM

ନୟାଗଡ, ୧୩/୦୬ :  ସ୍ଵାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀର ଆକୁଳ ନିବେଦନ । ପୁଅ କିପରି ଭଲ ହୋଇ ଫେରିବ ସେହି ଚିନ୍ତାରେ ମାଆର ଆଖିରୁ ଶୁଖୁନି ଲୁହ । ସେପଟେ ପାପା ଭଲ ହୋଇ ଫେରିଲେ ସାଇକେଲ୍‌ ଆଣିଦେବେ ବୋଲି ଅପେକ୍ଷା କରି ବସିଛି ୩ ବର୍ଷର ନିଷ୍ପାପ ଝିଅ । ଦିନେ ଯିଏ ବିଭିନ୍ନ ସମୟରେ ରକ୍ତଦାନ କରି ପର ଜୀବନ ବଞ୍ଚାଉଥିଲା ଆଜି ତାର ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥୀ ସମସ୍ତେ ନିବେଦନ କରୁଛନ୍ତି ।

ନୟାଗଡ ସହରର ବାରମାସି ଦଣ୍ଡାରେ ରୁହନ୍ତି ଅମୂଲ୍ୟ ପରିଡା । ୩୩ ବର୍ଷୀୟ ଏହି ଯୁବକ ଜଣଙ୍କ କମ୍ପୁଟର୍‌ ମରାମତି କାର୍ଯ୍ୟ କରି ପରିବାର ଚଳାନ୍ତି । ବାପା ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ଘରେ ସ୍ତ୍ରୀ ଏବଂ ୩ବର୍ଷର ଝିଅ । ଗତ କିଛି ଦିନ ତଳେ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କୁ କରୋନା ହୋଇଥିଲା । ମାଆ , ଭାଇ , ସ୍ତ୍ରୀ ଭଲ ହୋଇ ଘରକୁ ଫେରିଥିଲେ ମଧ୍ୟ ୧୫ ଦିନ ହେଲା ଅମୂଲ୍ୟ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ଭିତରେ ତାଙ୍କର ଦୁଇ ଦୁଇଟି ଅପରେସନ୍‌ ସରିସାରିଛି । ପାଖାପାଖି ୪ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି । ଜୀବନ ରକ୍ଷା ପାଇଁ ଇକ୍‌ମୋ ଚିକିତ୍ସା ଆବଶ୍ୟକ ବୋଲି ଏବେ ଡାକ୍ତର କହିବା ପରେ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।

ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ?  ଯାହା କିଛି ଘରବାଡି ଅଛି ବିକ୍ରି କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ତାହା କିଛି ନୁହେଁ ବୋଲି ପରିବାର ଲୋକ କହିଛନ୍ତି । ତେଣୁ ସରକାର ଏବଂ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି  ପରିବାର ସଦସ୍ୟ । ସବୁ ସମୟରେ ରକ୍ତଦାନ କରିବା ସହ ସମାଜ ସେବା କାର୍ଯ୍ୟକୁ ଆପଣାଇ ନେଇଥିବା ସ୍ଵାମୀଙ୍କୁ ଏବେ ସମସ୍ତଙ୍କୁ ସାହାଯ୍ୟ ପାଇଁ ସ୍ତ୍ରୀ ମଧୁସ୍ମିତା ଅନୁରୋଧ କରିଛନ୍ତି । ସ୍ଵାମୀଙ୍କୁ କୋଲକାତା କିମ୍ବା ହାଇଦ୍ରାବାଦ୍‌ ନେଇ ଚିକିତ୍ସା କରିବା ତାଙ୍କ ପକ୍ଷରେ ଅସମ୍ଭବ ତେଣୁ  କିଛିଟା ସାହାଯ୍ୟ ପାଇଲେ ତାଙ୍କ ସ୍ଵାମୀ ବଞ୍ଚିଯିବେ ବୋଲି ସେ ଆଶା ରଖିଛନ୍ତି ।

ସେପଟେ ଶାଶୂ , ଶ୍ବଶୁର, ଦିଅର ସମସ୍ତେ ଘରେ ଆଇସୋଲେସନ୍‌ରେ ଥିବାରୁ ବାପଘରେ ରହି ମଧୁସ୍ମିତା ସ୍ଵାମୀଙ୍କ ଚିକିତ୍ସା ଅର୍ଥ ଯୋଗାଡରେ ଲାଗିପଡିଛନ୍ତି । ଅମୂଲ୍ୟଙ୍କ ସାଙ୍ଗସାଥୀ ନିଜ ସମର୍ଥ ଅନୁସାରେ ସାହାଯ୍ୟ କରୁଥିବାବେଳେ ସମସ୍ତଙ୍କ ସାହାଯ୍ୟ ମଧ୍ୟ ଲୋଡିଛନ୍ତି । ଅମୂଲ୍ୟଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ପାଇଁ ଚାହଁଥିବା ବ୍ୟକ୍ତି ଏହି ଆକାଉଣ୍ଟରେ ସାହାଯ୍ୟ କରିପାରିବେ ।

ମଧୁସ୍ମିତା ଲେଙ୍କା

ଆକାଉଣ୍ଟ ନମ୍ବର – ୩୩୬୮୧୦୧୦୦୮୦୪୫

କାନାରା ବ୍ୟାଙ୍କ

ଆଇଏଫଏସସି କୋଡ୍- ସିଏନଆରବି୦୦୦୩୩୬୮

ଫୋନ୍ ପେ ନମ୍ବର- ୯୫୮୩୧୧୧୬୧୦

   Related Posts