Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଚୀନ ବିରୋଧରେ କହିବାରୁ ଅମୂଲର ଟୁଇଟ୍‌ର ଆକାଉଣ୍ଟ ବ୍ଲକ୍, ସୋସିଆଲ୍ ମିଡିଆରେ ଦୃଢ ଜବାବ୍ ଦେଲେ ୟୁଜର୍ସ

6/06/2020 at 3:26 PM

ନୂଆଦିଲ୍ଲୀ ୦୬।୦୬: ଗୋଟିଏ ପଟେ ଲଦାଖ ପୂର୍ବ ସୀମାନ୍ତରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା  ଜାରି ରହିଥିବା ବେଳେ ଆଜି  କମାଣ୍ଡରସ୍ତରୀୟ ଆଲୋଚନା ମୋଲଡୋରେ ଜାରି ରହିଛି। ଅନ୍ୟପଟେ ସାରା ଦୁନିଆରେ ଡାଏରୀ ପ୍ରଡକ୍ଟକୁ ନେଇ ନିଜର ସ୍ଵତନ୍ତ୍ର ପରିଚୟ କରିଥିବା ଅମୂଲର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଟୁଇଟ୍‌ର ଶୁକ୍ରବାର ବ୍ଲକ୍‌ କରି ଦେଇଛି। ମାତ୍ର କିଛି ସମୟ ପରେ ଅମୂଲର ଟୁଇଟ୍‌ର ପେଜ୍‌କୁ ପୁଣି ଥରେ ଚାଲୁ ହୋଇଛି। ଅମୂଲ ଚାଇନା ମିଲିଟାରୀ ସଂଦର୍ଭରେ ନିଜର କାର୍ଟୁନ୍‌ ପେଜ୍‌ରେ ପୋଷ୍ଟ କରିଥିଲା- ଏକଜିଟ୍‌ ଦ ଡ୍ରାଗନ। ଏହି କ୍ରିଏଟିଭ୍ କ୍ୟାପସନ୍‌ରେ ଅମୂଲ ଚୀନ ବିରୋଧରେ ଅଭିଯାନ ଚଳାଇ ଲେଖିଥିଲା About the boycott of Chinese products…

ଅମୂଲ ଟପିକଲ୍‌ରେ ଲାଲ୍‌ ଓ ଧଳା ଡ୍ରେସ୍‌ ପିନ୍ଧିଥିବା ଆଇକୋନିକ୍‌ ଅମୂଲ ଗାର୍ଲ ନିଜ ଦେଶକୁ ଡ୍ରାଗନ ସହ ଲଢି ବଞ୍ଚାଉଥିବା ଦେଖିବାକୁ ମିଳିଛି। ଏହାର ପ୍ରଚ୍ଛଦପଟ୍ଟରେ ଚୀନୀ ଭିଡିଓ-ସେୟାରିଂ ମୋବାଇଲ ଆପ୍ ଟିକ୍‌ଟକ୍‌କୁ ମଧ୍ୟ ଦେଖିବାକୁ ମିଳିଛି। ଏହି କ୍ରିଏଟିଭ୍‌ରେ ବଡ ବଡ ଅକ୍ଷରରେ ଲେଖା ହୋଇଛି, ଅମୂଲ ‘Made In India’ ବ୍ରାଣ୍ଡ ଏବଂ ଏହାର ଫୋକସ୍‌ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର’  ଅଭିଯାନ ଉପରେ ରହିଛି। ଏହା ପରେ ଟୁଇଟ୍‌ର କମ୍ପାନୀ ଅମୂଲର ଟୁଇଟ୍‌ର ପେଜ୍‌କୁ କିଛି ସମୟ ପାଇଁ ବ୍ଲକ୍ କରି ଦେଇଥିଲା।

ସାମାଜିକ ଗଣମାଧ୍ୟମରେ କ୍ରୋଧ  ଜାହିର କଲେ ୟୁଜର୍ସ

ଟୁଇଟ୍‌ର ଏହି କାମକୁ ନେଇ ଜଣେ ୟୁଜର ଅଦୈତ କାଲା ଟୁଇଟ୍‌ କରିଛନ୍ତି ଯେ, ଟୁଇଟ୍‌ର ଏହି ଧରଣର ବିଶ୍ଵସ୍ତପଣ ସେହି ଦେଶ ପ୍ରତି ଦେଖାଇଛି, ଯିଏ ଏହା ଉପରେ ନିଜ ଦେଶରେ ବ୍ୟାନ୍‌ ଲଗାଇ ରଖିଛି। ଅମୂଲ ଭାରତୀୟ ଏବଂ ଏହା ଉପରେ ଆମେ ଗର୍ବିତ। ଆଉ ଜଣେ ୟୁଜର ଲେଖିଛନ୍ତି ଅମୂଲକୁ ଟୁଇଟ୍‌ର କିଛି ମିନିଟ୍‌ ଲାଗି ବ୍ଲକ୍‌ କରି ଦେଇଥିଲା। ଉଲ୍ଲେଖନୀୟ ଚୀନ ଟୁଇଟ୍‌ରକୁ ନିଜ ଦେଶରେ ପ୍ରତିବନ୍ଧକ ଲଗାଇ ରଖିଛି। ଅଥଚ ଟୁଇଟ୍‌ର କମ୍ପାନୀ ଭାରତ-ଚୀନ ବିବାଦରେ ଚୀନ ପ୍ରତି ଢଳିଥିବା ଏହି କାର୍ଯ୍ୟରୁ ପ୍ରତୀତମାନ ହୋଇଛି।

ଆଦର୍ଶ ବାଜପେୟୀ ନାମକ ଜଣେ ଟୁଇଟ୍‌ର ୟୁଜର ଲେଖିଛନ୍ତି- ଏହି ସୁନ୍ଦର ପୋଷ୍ଟର ପାଇଁ ଅମୂଲ ଆପଣଙ୍କୁ ଧନ୍ୟବାଦ୍‌। ଭାରତରୁ ଶୀଘ୍ର ଯିବା ଲାଗି ଡ୍ରାଗନ୍‌ ପ୍ରସ୍ତୁତ ହେଉ। ଏକ୍‌ଜିଟ୍‌ ଦ ଡ୍ରାଗନ୍, ପୂରା ରାଷ୍ଟ୍ର ପାଇଁ ଏକ ଦୃଢ ସନ୍ଦେଶ।

ଆଉ ଜଣେ ଟୁଇଟ୍‌ର ୟୁଜର ଦୀପକ ଉପଲ  ଲେଖିଛନ୍ତି, ଡିୟର ଟୁଇଟ୍‌ର ଆପଣ ଏଥିରେ କୌଣସି ପାର୍ଟର ନାହାନ୍ତି, ତେଣୁ କଣ ପାଇଁ ଅନାବଶ୍ୟକ ପକ୍ଷ ନେଉଛନ୍ତି। ଯଦି ଭାରତୀୟ ଡ୍ରାଗନ ବିରୋଧରେ ଏକଜିଟ୍‌ ଅଭିଯାନ ଆରମ୍ଭ କରିପାରେ ତେବେ ଟୁଇଟ୍‌ର  ବିରୋଧରେ ମଧ୍ୟ ଚଳାଇପାରେ।

   Related Posts