ଚୋରି ହୋଇଥିବା ୫ଲକ୍ଷ ଟଙ୍କାର ଅମୁଲ୍ ପାଉଡର ଜବତ, ୩ ଗିରଫ

Published By : Prameya-News7 Bureau | July 03, 2019 IST

ଚୌଦ୍ବାର ୩|୭:  କଟକ ଜିଲ୍ଲା ଟାଙ୍ଗୀ ଥାନା ପୋଲିସ ଚୋରି ହୋଇଥିବା ୫ ଲକ୍ଷ ଟଙ୍କାର ଅମୁଲ୍ ପାଉଡର ଜବତ କରିଛି । ଏହି ଚୋରୀର ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଆଜି ଟାଙ୍ଗୀ ଥାନାରେ ଏକ ପ୍ରେସମିଟରେ ଚୌଦ୍ବାର ଏସଡିପିଓ ପ୍ରଶାନ୍ତ ମଲ୍ଲ ଏହି ସୂଚନା ଦେଇଛନ୍ତି । ଗତ ମାସ ୨୨ ତାରିଖରେ ଟାଙ୍ଗୀ ଥାନା ନିର୍ଗୁଣ୍ଡିରେ ଥିବା ଅମୁଲ୍ କମ୍ପାନୀ ଡିପ୍ପୋରୁ ୨୫୭ କାର୍ଟୁନ ଅମୁଲ ଏକ ଟ୍ରକରେ ନିମାପଡ଼ାକୁ ପଠାଯାଇଥିଲା। ଅଥଚ ସେଠାରେ ଜିନିଷ ନପହଂଚିବାରୁ କମ୍ପାନୀ ତରଫରୁ ଟାଙ୍ଗୀ ଥାନାରେ ଏତଲା ଦେଇଥିଲେ ।

{"id":130028}

ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଘଟଣାର ମାଷ୍ଟର ମାଇଣ୍ଡ ଟ୍ରକ୍ ଡ୍ରାଇଭର ସାଲେପୁର ଓଡ଼ସିଙ୍ଗାର ସ୍ମୃତି ରଞ୍ଜନ ସାମଲକୁ ଗିରଫ କରିଥିଲେ। ସେ ନକଲି ନାମ ଓ ଆଧାରକାର୍ଡ ଦେଇ ସେଠାରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଥିଲେ । ତାଙ୍କୁ ସହଯୋଗ କରିଥିବା ନୟାଗଡ଼ର ରଞ୍ଜନ କୁମାର ଦାସ ଓ  ସାଲିଆ ସାହିର ଦୁର୍ଗା ପ୍ରସାଦ ମହାରଣାଙ୍କୁ ଗିରଫ କରିବା ସହତ ସେମାନଙ୍କ ପାଖରୁ ୧୪୪ କାର୍ଟୁନ ଅମୁଲ ଜବତ କରିଛି । ଗିରଫ ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.