ଆଣନ୍ଦ ୧୯।୮: ଉଦ୍ୟୋଗୀ କେହିବି ହୋଇପାରନ୍ତି। ସେହିପରି ଉଦ୍ୟୋଗର ମଧ୍ୟ ଶ୍ରେଣୀ ବିଭାଜନ ନାହିଁ। ଏହା ପ୍ରମାଣିତ କରିଛନ୍ତି ଗୁଜୁରାଟର ଏହି ମହିଳାମାନେ। ଏମାନେ ଦୁଗ୍ଧ ବିକ୍ରୟ କରି ନିଜକୁ ଲକ୍ଷପତି କରିପାରିଛନ୍ତି। ଅମୂଲ ଡାୟରୀ ଚେୟାରମ୍ୟାନ୍ ଆର.ଏସ୍.ସୋଢୀ ବୁଧବାର ଏପରି ୧୦ ଜଣ ମହିଳାଙ୍କ ସୂଚୀ ଜାରି କରିଛନ୍ତି ଯେଉଁମାନେ ଅମୂଲ ଡାୟେରୀକୁ ଦୁଗ୍ଧ ବିକ୍ରୟକରି ନିଜକୁ ସଫଳ ଉଦ୍ୟୋଗୀ ଭାବେ ସ୍ଥାପିତ କରିପାରିଛନ୍ତି।
wp:html/wp:htmlMeet our 10 millionaire rural women entrepreneurs of @banasdairy1969 ofGujarat who involved in business of dairy & AH .They poured milk worth lacs of rs during fin yr 19-20. There are lacs of such empowered women in gujarat @Amul_Coop @girirajsinghbjp @ChaudhryShankar pic.twitter.com/WY2Ng4rGcB
— R S Sodhi (@Rssamul) August 19, 2020
ସୋଢୀ ଜାରି କରିଥିବା ସୂଚୀ ୨୦୧୯-୨୦ ଆର୍ଥିକ ବର୍ଷର। ଏହି ବର୍ଷ ମହିଳାମାନେ ଧୁଗ୍ଧ ବିକ୍ରୟ କରି ଲକ୍ଷଲକ୍ଷ ଟଙ୍କା ଉପାର୍ଜନ କରିଥିବା ବେଳେ ପଶୁପାଳନ ଓ ଦୁଗ୍ଧ ଚାଷକୁ ରାଜ୍ୟରେ ଉଦ୍ୟୋଗର ମାନ୍ୟତା ଦିଆଇଛନ୍ତି। ଅମୂଲ ପରିଚାଳନା ନିର୍ଦ୍ଦେଶକ ଯେଉଁ ୧୦ ଜଣ ମହିଳାଙ୍କ ସୂଚୀ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଜାରି କରିଛନ୍ତି, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଚୌଧୁରୀ ନବଲ ବୈନ। ସେ ୨୦୧୯-୨୦ ବର୍ଷରେ ୨ଲକ୍ଷ ୨୧ ହଜାର ୫୯୫.୬ କେଜି ଦୁଗ୍ଧ ବିକ୍ରୟ କରି ୮୭ଲକ୍ଷ ୯୫ ହଜାର ଟଙ୍କା ଆୟ କରିଛନ୍ତି।
{"id":317047,"sizeSlug":"large"}ଦୁଗ୍ଧକୁ ଦେଶରେ ଏପର୍ଯ୍ୟନ୍ତ ଚାଷର ମାନ୍ୟତା ଦିଆଯାଉଛି। ହେଲେ କୃଷିରୁ ଏତେ ପରିମାଣର ଆୟ କଳ୍ପନାତୀତ। ତେବେ ନବଲ ବୈନ ଓ ତାଙ୍କଭଳି ମହିଳାମାନେ ଏହାକୁ ଉଦ୍ୟୋଗରେ ରୂପାନ୍ତରିତ କରିବା ସହ ଏକ୍ଷେତ୍ରରେ କ୍ରାନ୍ତି ଆଣିପାରିଥିବା ଅମୂଲ ପରିଚାଳନା ନିର୍ଦ୍ଦେଶକ ସୋଢୀ କହିଛନ୍ତି। ଏମାନେ କେବଳ ନିଜ ଲାଗି ନୁହେଁ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଥିବା ବେଳେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ଲାଗି ନୂଆ ରାହ ସୃଷ୍ଟି କରିପାରିଥିବା ସୋଢୀ କହିଛନ୍ତି।