Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗିରଫ ହେଲେ ଅମୁଲର ପୂର୍ବତନ ନିର୍ଦ୍ଦେଶକ ବିପୁଲ ଚୌଧୁରୀ, ୧୪ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ବାନ୍ଧିଲା ସିଆଇଡି

15/12/2020 at 3:44 PM

ଗାନ୍ଧୀନଗର,୧୫/ ୧୨:  ଗୁଜୁରାଟର ପୂର୍ବତନ ଗୃହମନ୍ତ୍ରୀ ତଥା ଅମୁଲର ପୂର୍ବତନ ନିର୍ଦ୍ଦେଶକ ବିପୁଲ ଚୌଧୁରୀଙ୍କୁ ସିଆଇଡି ଗିରଫ କରିଛି । ତାଙ୍କ ବିରୋଧରେ ୧୪.୮୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଗୁଜୁରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ନିର୍ବାଚନର କିଛି ଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି । ଏହି ନିର୍ବାଚନ ପ୍ରତି ୫ ବର୍ଷରେ ଥରେ ଜାନୁଆରୀ ମାସରେ ହୋଇଥାଏ । ଜିଏସଏମଏମଏଫ ନିଜ ଉତ୍ପାଦକୁ ଅମୁଲର ବ୍ରାଣ୍ଡ୍ ନେମ୍‌ରେ ବିକ୍ରି କରିଥାଏ ।

ବିପୁଲ ୨୦୧୪ରେ ଦୁଧସାଗର ଡାଏରୀର ମୁଖ୍ୟ ଥିଲେ । କିନ୍ତୁ ପରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ୨୨ କୋଟି ଟଙ୍କାର ଗୋଚାରା ଦୁର୍ନୀତିରେ ସେ ଛନ୍ଦି ହୋଇଥିଲେ । ସିଆଇଡିର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଅଭିଯୋଗ ଓ ପ୍ରମାଣ ଆଧାରରେ ଭିପୁଲଙ୍କୁ ଗିରଫ କରାଯାଇଛି । ୨୦୧୮ରେ ଟ୍ରିବ୍ୟୁନାଲ ବିପୁଲଙ୍କୁ ୨୨ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରାଯାଇଥିଲା ।

ସିଆଇଡି ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିପୁଲଙ୍କୁ କୋର୍ଟ ଦୁର୍ନୀତିର ୪୦ ପ୍ରତିଶତ ଅର୍ଥାତ ୯ କୋଟି ଟଙ୍କା ଜମା କରିବାକୁ କହିଥିଲେ ।  ବିପୁଲଙ୍କ ସହ ଆହୁରି ୪ଜଣ ଅଧିକାରୀ ୧୪.୮୦ କୋଟି ଚଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଏହି ଟଙ୍କା କର୍ପୋରେସନର ୧୯୩୨ ଜଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଥାନ୍ତା ।

ଏନେଇ ଗାନ୍ଧୀନଗର ସ୍ଥିତ ସିଆଇଡି କ୍ରାଇମ୍ ପୋଲିସ ଷ୍ଟେସନରେ ଏଫଆଇଆର କରାଯାଇଥିଲା । ଏହାପରେ ଶନିବାର ବିପୁଲଙ୍କୁ ଶନିବାର ପୋଲିସ ଗାନ୍ଧୀନଗରରେ ଗିରଫ କରିଥିଲା । ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି ।

   Related Posts