କମ୍ ଟଙ୍କା ଖର୍ଚ୍ଚ କରି ଆପଣ ବି ସହଜରେ ଆରମ୍ଭ କରିପାରିବେ ବ୍ୟବସାୟ: ଅଫର୍ ଦେଉଛି ଅମୁଲ୍

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୦୨/୦୧ : ଯଦି ଆପଣ ବି ନୂଆ ଚାକିରୀ ଖୋଜୁଛନ୍ତି ତାହେଲେ ଚାକିରୀ କଥା ଭୁଲି ଯାଆନ୍ତୁ ଏବଂ ନିଜର ବ୍ୟବସାୟ ଆରମ୍ଭ କରନ୍ତୁ। ବ୍ୟବସାୟ ଆରମ୍ଭ କରି ପ୍ରଥମ ଦିନରୁ ହିଁ ଭଲ ରୋଜଗାର କରିପାରିବେ। ଡାଏରୀ ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀ ଅମୁଲ (Amul) ସହ ମିଶି ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ନୂଆବର୍ଷରେ ଅମୁଲ ଫ୍ରାଞ୍ଚାଇଜି ଅଫର କରୁଛି। କମ୍ ଵିନୋଯୋଗ କରି ପ୍ରତି ମାସରେ ଭଲ ବ୍ୟବସାୟ କରିପାରିବେ। ଅମୁଲ୍ ଫ୍ରାଞ୍ଚାଇଜି ନେବା ଲାଭଦାୟକ ସଉଦା ପ୍ରମାଣିତ ହୋଇପାରେ।

{"id":385754,"sizeSlug":"large","linkDestination":"none"}

ଅମୁଲ୍ କୌଣସି ରୟାଲ୍ଟି କିମ୍ବା ପ୍ରଫିଟ୍ ସେୟାରିଂ ବିନା ଫ୍ରାଞ୍ଚାଇଜି ଅଫର କରୁଛି। ଫ୍ରାଞ୍ଚାଇଜି ଆପଣଙ୍କୁ ବେଶୀ ଖର୍ଚ୍ଚ ବି କରିବାକୁ ପଡ଼ିବନି। ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ବ୍ୟବସାୟ ଆରମ୍ଭ କରିପାରିବେ। ବ୍ୟବସାୟ ଆରମ୍ଭରୁ ହିଁ ଭଲ ଲାଭ ହୋଇପାରିବ। ଅମୁଲ ଦୁଇ ପ୍ରକାର ଫ୍ରାଞ୍ଚାଇଜି ଅଫର କରୁଛି। ପ୍ରଥମଟି ହେଲା ଅମୁଲ ଆଉଟଲେଟ୍, ଅମୁଲ୍ ରେଲୱେ ପାର୍ଲର କିମ୍ବା ଅମୁଲ କିଓସ୍କ ଫ୍ରାଞ୍ଚାଇଜି। ଦ୍ୱିତୀୟଟି ହେଲା, ଅମୁଲ ଆଇସକ୍ରିମ ସ୍କୁପିଙ୍ଗ ପାର୍ଲର ଫ୍ରାଞ୍ଚାଇଜି। ପ୍ରଥମଟିରେ ୨ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ହେବ। ଦ୍ୱିତୀୟଟିରେ ଆପଣଙ୍କୁ ୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ହେବ। ଏଥିପାଇଁ ନନ୍ ରିଫଣ୍ଡେବଲ୍ ବ୍ରାଣ୍ଡ ସିକ୍ୟୁରିଟି ଭାବେ ୨୫ ରୁ ୫୦ ହଜାର ଟଙ୍କା ଦେବାକୁ ହେବ।

{"id":385756,"width":573,"height":429,"sizeSlug":"large","linkDestination":"none"}

ଅମୁଲ ଆଉଟଲେଟ କଲେ କମ୍ପାନୀ ଅମୁଲ ପ୍ରଡକ୍ଟର ମିନିମମ ସେଲିଂ ପ୍ରାଇସରେ କମିଶନ ଦେଇଥାଏ। ଅମୁଲ୍ ଆଉଟଲେଟ୍ ପାଇଁ ଆପଣଙ୍କ ପାଖରେ ୧୫୦ ବର୍ଗ ଫୁଟ୍ ଜାଗା ଥିବା ଦରକାର। ଅମୁଲ୍ ଆଇସକ୍ରିମ୍ ପାର୍ଲର ଫ୍ରାଞ୍ଚାଇଜି ପାଇଁ ଅତିକମରେ ୩୦୦ ବର୍ଗ ଫୁଟ୍ ଜାଗା ଥିବା ଦରକାର। ଯଦି ଆପଣ ଫ୍ରାଞ୍ଚାଇଜି ପାଇଁ ଅପିଲାଏ କରିବାକୁ ଚାହୁଁଛନ୍ତି ତାହେଲେ [email protected] ଇ-ମେଲ୍ ଆଇଡିରେ ମେଲ୍ କରିବାକୁ ହେବ। ତାଛଡା ଏହି ଲିଙ୍କ http://amul.com/m/amul-scooping-parlours ରେ କ୍ଲିକ କରି ସବୁ ତଥ୍ୟ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.