OLXରେ ଅଲିଗଡ ମୁସ୍ଲିମ ୟୁନିଭର୍ସିଟିର MIG-23 ଯୁଦ୍ଧବିମାନ, ତଦନ୍ତ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ

Published By : Prameya-News7 Bureau | August 03, 2020 IST

ଅଲିଗଡ ୩।୮: ଅଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ଇଞ୍ଜିନିୟରିଂ ବିଭାଗ ଆଗରେ ସ୍ମାରକ ଭାବେ ଛିଡା ହୋଇଥିବା ଭାରତୀୟ ବାୟୁସେନା ବିମାନ ଲାଗି ସୋମବାର କେହି ଅନଲାଇନ୍‌ କିଣାବିକା ସାଇଟ୍ ଓଏଲଏକ୍ସରେ ପୋଷ୍ଟ କରିଥିବାର ଜଣାପଡିଛି। ବିମାନର ଫଟୋ ସହ ଏହାର ବିକ୍ରୟ ମୂଲ୍ୟ ମଧ୍ୟ ଲେଖାଥିବା ବେଳେ ଦେଖିବା ଲାଗି ଏଏମୟୁ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ସମ୍ମୁଖ ଠିକଣା ଦିଆଯାଇଥିଲା।

{"id":309399,"sizeSlug":"large"}

ଏହି ବିଜ୍ଞାପନ ସୋମବାର ଅପଲୋଡ ହୋଇଥିବା ବେଳେ ପୂର୍ବାହ୍ନ ୧୦ଟା ବେଳକୁ ଏହାକୁ ନେଇ ଚର୍ଚ୍ଚା ଜୋରଧରିଥିଲା। ଚର୍ଚ୍ଚା ହେବାରୁ ଘଟଣା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିବା ବେଳେ ମଧ୍ୟାହ୍ନ ବେଳକୁ ପୋଷ୍ଟ କିନ୍ତୁ ହଟିଯାଇଥିଲା। ତେବେ କିଏ ଓ କାହିଁକି ଏପରି ପୋଷ୍ଟ କରିଥିଲା ସେ ନେଇ କର୍ତ୍ତୃପକ୍ଷ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

{"id":309401,"width":577,"height":383,"sizeSlug":"large"}

ବିଶ୍ୱବିଦ୍ୟାଳୟକୁ ବାୟୁସେନା ଗତ ୨୦୦୯ ମସିହାରେ ଏହି ଯୁଦ୍ଧବିମାନ ଉପହାର ଦେଇଥିଲେ। ସେବେଠାରୁ ବିଶ୍ୱବିଦ୍ୟାଳୟର ମେକାନିକାଲ ବିଭାଗ ଆଗରେ ଡିସପ୍ଲେରେ ରଖାଯାଇଛି। ଏହା ଏକ ମିଗ୍-୨୩ ବିଏନ୍‌ ଫାଇଟର ପ୍ଲେନ ହୋଇଥିବା ବେଳେ ଦେଶ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ମିସନରେ ମଧ୍ୟ ସଫଳତାର ସହ ଅଂଶଗ୍ରହଣ କରିଥିଲା।  ଦୀର୍ଘ ୨୮ ବର୍ଷର ସେବା ପରେ ବାୟୁସେନାରୁ ଯୁଦ୍ଧବିମାନକୁ ଅବସର ପ୍ରଦାନ କରାଯିବା ସହ ଏଏମୟୁ ଇଞ୍ଜିନିୟରିଂ ବିଭାଗକୁ ଉପହାରରେ ଦିଆଯାଇଥିଲା। ତେବେ ଏହାକୁ କେହି ବିକ୍ରି ଲାଗି ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ସାମଗ୍ରୀ ବିକ୍ରି ସାଇଟ୍‌ ଓଏଲଏକ୍ସରେ ପୋଷ୍ଟ କରିଥିବା ଜଣାପଡିଛି।

{"id":309403,"sizeSlug":"large"}

ଏଏମୟୁର ମେକାନିକାଲ ଇଞ୍ଜିନିୟରିଂ ବିଭାଗ  ସର୍ବପୁରାତନ ବିଭାଗ ହୋଇଥିବା ବେଳେ ଏଥିରେ ୬୦୦ ଛାତ୍ରଛାତ୍ରୀ  ଅଧ୍ୟୟନ କରନ୍ତି। ଏଠା ଛାତ୍ରଛାତ୍ରୀଙ୍କୁ ବିଇ. ବିଟେକ୍, ଏମଟେକ୍ ଓ ପିଏଚଡି ଆଦି ପାଠ୍ୟକ୍ରମ ପ୍ରଦାନ କରାଯାଏ। ଦୀର୍ଘ ବର୍ଷରୁ ଦେଶକୁ ଉତ୍କୃଷ୍ଟ ଇଞ୍ଜିନିୟର ଦେଇ ଆସୁଥିବା ଏହି ବିଶ୍ୱବିଦ୍ୟାଳୟକୁ ବାୟୁସେନା ବିମାନ ଉପହାର ଦେଇଥିବା ବେଳେ ବିକ୍ରି ଲାଗି ଦୁଷ୍ଟାମୀ ଯୋଗୁ ହେଉ ଅଥବା ପରିହାସରେ ଆଡ ପୋଷ୍ଟ କରିଥିବା ବେଳେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.