Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବ୍ୟୁଟି ପାର୍ଲରରେ କାମ କରୁଥିବା ବେଳେ ନିଶାଭ୍ୟସ୍ତ ହେଲା ଝିଅ,ଏବେ ଘରେ ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ

28/08/2019 at 4:54 PM

ଅମୃତସର: ପଞ୍ଜାବରେ ଯୁବ ପୀଢିଙ୍କୁ  ନିଶା କିପରି କବଳିତ କରିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଅମୃତସର ରଣଜିତ ଅଭେନ୍ୟୁ ସି ବ୍ଲକରେ । ୨୪ ବର୍ଷ ବୟସ୍କା ଜନୈକା ଯୁବତୀଙ୍କୁ ତାଙ୍କ ମା ଘରେ ଶିକୁଳିରେ ବାନ୍ଧି ରଖିଛନ୍ତି। ଘରେ ବନ୍ଧା ହୋଇ ରହିଲେ କାଳେ ନିଶାଭ୍ୟାସରୁ ମୁକ୍ତ ହୋଇଯିବ ବୋଲି ତାଙ୍କ ଭାବିଛନ୍ତି ପରିବାର ଲୋକେ। ଏଣୁ ଶିକୁଳିରେ ତାଲା ବି ପକାଇଛନ୍ତି।

ଯୁବତୀ ମାନସିକ ସ୍ତରରେ ବେଶ ସୁସ୍ଥ ।  ହେଲେ ସେ ନିଶା ବାବଦରେ କରୁଥିବା ଖର୍ଚ୍ଚ ଘର ଲୋକେ ଆଉ ଯୋଗାଇ ପାରୁ ନାହାନ୍ତି। ଏଣୁ ଗତ କିଛିମାସ ହେଲା ତାଙ୍କୁ ଏଭଳି ଜଞ୍ଜିରରେ ବାନ୍ଧି ରଖିଛନ୍ତି ।  କିନ୍ତୁ ଶିକୁଳି ଖୋଲିଦେଲେ ସେ ପୁଣି ନିଶାଖୋର ଲୋକଙ୍କ ସାଙ୍ଗରେ ମିଶି ନିଶା କରିବାର ଆଶଙ୍କାବି ରହିଛି। ଏଣୁ ପରିବାର ଲୋକେ କୌଣସି ଭଲ ହସ୍ପିଟାଲରେ ତାର ଚିକିତ୍ସା କରାଇବା ଲାଗି ସରକାରଙ୍କୁ ଗୁହାରି କରିଛନ୍ତି।

ଯୁବତୀଙ୍କ ମାଙ୍କ କହିବା ଅନୁସାରେ ତାଙ୍କ ଝିଅ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି। ବ୍ୟୁଟି ପାର୍ଲର କାମ ଶିଖି ଗତ ୮-୯ ବର୍ଷ ହେଲା ସେ ଚଣ୍ଡିଗଡରେ ରହି କାମ କରୁଥିଲା। ଏଥିରୁ ସେ ଭଲ ଆୟ ବି କରୁଥିଲା। ହେଲେ ନିଶାଭ୍ୟାସରେ ପଡି ସେ ସବୁକିଛି ହରାଇଛି। ନିଶା ଲାଗି ଅର୍ଥାଭାବ ହେବାରୁ ସେ ଗୋଟି ଗୋଟି କରି ନିଜର ଗହଣା ବିକି ଦେଇଛି। ଶେଷରେ ପଇସା ଅଭାବ ହେବାରୁ ନିଜେ ଯିବାଆସିବା ଲାଗି କିଣିଥିବା ସ୍କୁଟରକୁ ବି ବିକି ଦେଇଛି। ତା ଅବସ୍ଥା ଦେଖି ପରିବାର ଲୋକେ ତାକୁ ଅମୃତସର ନେଇଆସିଥିଲେ। ହେଲେ ଏଠାରେ ବି ତାକୁ ନିଶା ଛାଡିନି। ନିଶା କରିବାକୁ ସେ ଘରୁ ଜିନିଷପତ୍ର ବିକିବାରୁ ପରିବାର ଲୋକେ ତାକୁ ହସ୍ପିଟାଲରେ ବି ଭର୍ତ୍ତି କରିଥିଲେ। ହେଲେ ତାକୁ ନିଶାଭ୍ୟାସରୁ ଏପର୍ଯ୍ୟନ୍ତ ମୁକ୍ତ କରାଯାଇପାରିନି।

   Related Posts