Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

‘ଏବେ ମୁଁ ନିଜେ ମା’ ଙ୍କ ଅବତାର ଧାରଣ କରିବି’ – ନବରାତ୍ରିର ପାବନ ଅବସରରେ ଏପରି କହିଲେ ଅମୃତା

23/10/2020 at 3:13 PM

ମୁମ୍ବାଇ ୨୩/୧୦: ଇସ୍କ ଭିସ୍କ,ବିବାହ,ମେଁ ହୁଁ ନା ଭଳି ଦମଦାର ଫିଲ୍ମରେ ଅଭିନୟ କରିଥିବା ଅମୃତା ରାଓ ଖୁବ୍ ଶୀଘ୍ର ନିଜ ଘରେ ନୂଆ ଅତିଥିକୁ ସ୍ବାଗତ କରିବେ। ଅମୃତା ଏବଂ ତାଙ୍କ ସ୍ବାମୀ ଅନମୋଲ୍ ପ୍ରଥମ ଥର ମା-ବାପା ହେଉଥିବାରୁ ଉତ୍ସାହୀ ଅଛନ୍ତି। ନବରାତ୍ରିର ଖାସ୍ ଅବସରରେ ଅମୃତା ନିଜ ଗର୍ଭଧାରଣର ୯ମାସରେ ଅଛନ୍ତି ଯାହା ତାଙ୍କ ପାଇଁ ଏକ ଆଶୀର୍ବାଦ ଭଳି।

ନିକଟରେ  ଗର୍ଭବତୀ ଅମୃତା ରାଓ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ବେବି ବମ୍ପ ସହ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ସହ ହିଁ ନବରାତ୍ରିର ୯ମାସରେ ଅମୃତା ଲେଖିଛନ୍ତି ଯେ ‘ନବରାତ୍ରି ଏବଂ ୯ମାସ। ତାଙ୍କ ପ୍ରିୟ,ନବରାତ୍ରିର ପାବନ ଅବସରରେ ପ୍ରେଗନେନ୍ସିର ୯ମାସରେ ହେବା ଯୋଗୁଁ ସେ ନିଜକୁ ଧନ୍ୟ ଅନୁଭବ କରୁଛନ୍ତି। ଏହି ୯ଦିନ ମା ଦୁର୍ଗା ଏବଂ ତାଙ୍କ ୯ଟି ଅବତାରକୁ ସମର୍ପିତ ହୋଇଥାନ୍ତି ଏବଂ ସେ ନିଜକୁ ମାଙ୍କ ଅବତାର ଗ୍ରହଣ କରିବାର ନୂଆ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ଏହି ପୃଥିବୀରେ ମହିଳାଙ୍କ ସବୁଠୁ ଅଧିକ ଶକ୍ତିକୁ ନମସ୍କାର କରୁଛନ୍ତି ଯାହା ସେ ଉତ୍ତମ ବିଶ୍ବାସ ସହ ସରେଣ୍ଡର କରୁଛନ୍ତି।’

ଆଗକୁ ଅମୃତା ଲେଖିଛନ୍ତି ଯେ ,‘ ମା ଦୁର୍ଗା ପ୍ରତ୍ୟେକ ମାଆ ଏବଂ ମାଆ ହେଉଥିବା ପ୍ରତ୍ୟେକ ମହିଳାଙ୍କୁ ଶକ୍ତି ଦିଅନ୍ତୁ ଏବଂ ମାତୃତ୍ବରେ ଆସୁଥିବା ପ୍ରତ୍ୟେକ ପବିତ୍ର ଅବତାରକୁ ରଖିବା ପାଇଁ ଅଧିକ ଶକ୍ତି ଦିଅନ୍ତୁ। ଆପଣ ସମସ୍ତଙ୍କୁ ଅଷ୍ଟମୀର ଶୁଭ କାମନା।’

ଅମୃତା ୨୦୧୬ମସିହାରେ ଆରଜେ ଅନମୋଲଙ୍କୁ ବିବାହ କରିଥିଲେ। ଦୁହେଁ ଏହି ସମୟରେ କ୍ବାଲିଟି ଟାଇମ୍ ଅତିବାହିତ କରୁଛନ୍ତି। ଏକ ସାକ୍ଷାତକାରରେ ଅମୃତା କହିଥିଲେ ଯେ ପ୍ରେଗନେନ୍ସିର ଫେଜରେ ସ୍ବାମୀ ତାଙ୍କ ବହୁତ ଧ୍ୟାନ ରଖୁଛନ୍ତି। ଅନମୋଲଙ୍କୁ ରେଗୁଲାର ବ୍ଲଡ ଚେକ୍ଅପ ସମୟରେ ଅମୃତାଙ୍କ ପ୍ରେଗନେନ୍ସି ବିଷୟରେ ଜଣା ପଡ଼ିଥିଲା ଯାହା ଶୁଣି ସେ ଅତ୍ୟନ୍ତ ଖୁସି ହୋଇଥିଲେ। ଅନମୋଲଙ୍କୁ ତାଙ୍କ ବ୍ଲଡ ଗୃପ୍ ଯାଞ୍ଚ କରିବାର ଥିବାରୁ ସେ ଡାକ୍ତରଙ୍କୁ ଘରକୁ ଡାକିଥିଲେ। ଏହି ସମୟରେ ସେ ଅମୃତାଙ୍କ ମଧ୍ୟ ବ୍ଲଡ ଟେଷ୍ଟ୍ କରିଥିଲେ। ରିପୋର୍ଟ ଆସିବାରୁ ଜଣା ପଡ଼ିଥିଲା ଯେ ସେ ଗର୍ଭବତୀ। ସୂଚନା ମିଳିବାର ଗୋଟିଏ ସପ୍ତାହ ପରେ ଲକଡାଉନ୍ ହୋଇଯାଇଥିଲା। ତେଣୁ ସେମାନଙ୍କୁ ଏକାଠି ରହିବାର ସୁଯୋଗ ମିଳିଥିଲା।

   Related Posts