ସୁଶାନ୍ତ ସିଂହଙ୍କ ତଦନ୍ତ ମାମଲାକୁ ନେଇ ମୁମ୍ବାଇ ପୋଲିସ ଉପରେ ବର୍ଷିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ : କହିଲେ ‘ମୁମ୍ବାଇରେ ରହିବା ଆଦୌ ସୁରକ୍ଷିତ ନୁହେଁ’

Published By : Prameya-News7 Bureau | August 04, 2020 IST

ମୁମ୍ବାଇ ୪/୮: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ଟ୍ବିଟ୍ କରିଛନ୍ତି ଯେ ମୁମ୍ବାଇ ନିଜର ମାନବିକତା ହରାଇ ବସିଛି ଏବଂ ମୁମ୍ବାଇ ପୋଲିସ୍ ଯେଭଳି ଭାବେ ସୁଶାନ୍ତ ସିଂହ ରାଜପୁତ ମାମଲାରେ କାମ କରୁଛି ତାକୁ ଦେଖି ଲାଗୁଛି ମୁମ୍ବାଇ ରହିବା ପାଇଁ ଆଉ ସୁରକ୍ଷିତ ହୋଇନାହିଁ। ଏହି ଟ୍ବିଟକୁ ନେଇ ଶିବସେନା ଏବଂ ରାକାମ୍ପା ନେତା ପାଲଟା ଜବାବ ଦେଇଛନ୍ତି ଏବଂ ଦାବି କରିଛନ୍ତି ଯେ ଅମୃତା ଫଡନାଭିସ ସେହି ପୋଲିସ୍ ଫୋର୍ସର ସମାଲୋଚନା ଯେଉଁମାନେ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି।

ଅମୃତା ଫଡନାଭିସ ଟ୍ବିଟ୍ କରିଛନ୍ତି ଯେ ଯେଉଁଭଳି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବ୍ୟବହାର କରାଯାଉଛି ତାଙ୍କୁ ଲାଗୁଛି ଯେ ମୁମ୍ବାଇ ମାନବିକତା ହରାଇ ବସିଛି ଏବଂ ମୁମ୍ବାଇ ନିରୀହ,ସ୍ବାଭିମାନୀ ନାଗରିକଙ୍କ ବଞ୍ଚିବା​‌ ପାଇଁ ସୁରକ୍ଷିତ ନୁହେଁ।

ଶିବସେନାର ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ପାଲଟା ଜବାବ ଦେଇ ଟ୍ବିଟରରେ କହିଛନ୍ତି ମୁମ୍ବାଇ ପୋଲିସର ସୁରକ୍ଷାରେ କାର୍ ନେଇ ଚାରିଆଡ଼େ ବୁଲନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.