ଅମରୋହା ହତ୍ୟାକାଣ୍ଡ: ଦୋଷୀ ଶବନମଙ୍କ ଫାଶୀ ପୁଣିଥରେ ଘୁଞ୍ଚିଲା, ଆଜି ଥିଲା ଶୁଣାଣି

Published By : Prameya-News7 Bureau | February 23, 2021 IST

ଅମରୋହା ୨୩/୦୨ : ଉତ୍ତର ପ୍ରଦେଶ ଅମରୋହାରେ ହତ୍ୟାକାଣ୍ଡ ଦୋଷୀ ଶବନମଙ୍କ ଫାଶୀ ପୁଣିଥରେ ଘୁଞ୍ଚିଯାଇଛି। ନ୍ୟାୟାଳୟ ହତ୍ୟାକାରୀ ଶବନମଙ୍କ ସବିଶେଷ ତଥ୍ୟ ମାଗିଥିଲେ। କିନ୍ତୁ ଶବନମଙ୍କ ଓକିଲ ରାଜ୍ୟପାଳଙ୍କ ଠାରେ ଦୟା ଆବେଦନ ଦାଖଲ କରିଥିଲେ। ପୁଣିଥରେ ଦୟା ଆବେଦନ ଦାଖଲ ହେବା କାରଣରୁ ଫାଶୀ ତାରିଖ ନିର୍ଦ୍ଧାରିତ ହୋଇପାରିନାହିଁ।

ଶବନମଙ୍କ ଫାଶୀକୁ ନେଇ ମଙ୍ଗଳବାର ଦିନ ଜିଲ୍ଲା ନ୍ୟାୟାଧୀଶଙ୍କ ଅଦାଲତରେ ଶୁଣାଣି ହୋଇଛି। ପୂର୍ବରୁ କୁହାଯାଉଥିଲା ଯେ ଜିଲ୍ଲା ନ୍ୟାୟାଧୀଶଙ୍କ ଅଦାଲତରେ ଶବନମଙ୍କ ରିପୋର୍ଟ ହସ୍ତାନ୍ତର କରାଯିବ ଏବଂ ଏହି ରିପୋର୍ଟରେ ଆବେଦନ ବିଚାରାଧୀନ ନଥାଏ ତାହେଲେ ଶବନମଙ୍କ ଫାଶୀ ତାରିଖ ଧାର୍ଯ୍ୟ କରାଯିବ। ଶବନମଙ୍କ ଓକିଲ କିଛି ଦିନ ପୂର୍ବରୁ ଦୟା ଆବେଦନ ପାଇଁ ରାଜ୍ୟପାଳଙ୍କୁ ଗୁହାରି କରି ଜିଲ୍ଲା ଜେଲ ପ୍ରଶାସନକୁ ପ୍ରାର୍ଥନାପତ୍ର ଦେଇଥିଲେ। ମଙ୍ଗଳବାର ଦିନ ଶୁଣାଣି ବେଳେ ଏ ସମ୍ପର୍କରେ କୁହାଯାଇଥିଲା। ଯେଉଁଥିପାଇଁ ଫାଶୀ ତାରିଖ ଧାର୍ଯ୍ୟ ହୋଇନାହିଁ।

ଗତ ସପ୍ତାହରେ ୧୨ ବର୍ଷର ପୁଅକୁ ଦେଖି ଶବନମ ଭୋ ଭୋ ହୋଇ କାନ୍ଦିଥିଲେ। ତାଙ୍କ ଛାଇଠୁ ବି ଦୁରେଇ ରହିବାକୁ ଏବଂ ପାଠ ପଢି ଭଲ ମଣିଷ ହେବାକୁ  ସେ ନିଜ ପୁଅକୁ କହିଥିଲେ। ପୁଅକୁ ଦେଖାକରିବା ପରେ ସେ ନିଜକୁ ନିର୍ଦ୍ଦୋଷ କହି ସିବିଆଇ ଯାଞ୍ଚ କରିବାକୁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.