ଅମ୍ରିତା ସିଂହ ଖାଇଲେ ଏତିକି ବଡ ଦୋସା, ଝିଅ ସାରା କହିଲେ, ମମି ଆଜି କଣ ହେଇଛି ତମର? ଦେଖନ୍ତୁ ଭିଡିଓ
7/10/2019 at 8:40 PM

ମୁମ୍ବାଇ୭|୧୦: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀଖାନ ଓ ତାଙ୍କ ପ୍ରଥମ ପତ୍ନୀ ଅମ୍ରିତା ସିଂହଙ୍କ ସଂପର୍କ ବିଷୟରେ ଉଣାଅଧିକେ ସମସ୍ତେ ଜାଣିଛନ୍ତି। ଉଭୟଙ୍କ ସଂପର୍କକୁ ନେଇ କିଛି ବେଶ ଚର୍ଚ୍ଚା ହୋଇଥିଲା। ଗୁପ୍ତ ଭାବରେ ଉଭୟ ବିବାହ କରିଥିଲେ। ସୈଫ ଅଲ୍ଲୀଖାନଙ୍କଠାରୁ ଅମ୍ରିତା ୧୨ ବର୍ଷ ବଡ଼ ଥିଲେ। ଅମ୍ରିତା ସିଂହଙ୍କ ଝିଅ ସାରା ଅଲ୍ଲୀ ନିଜ ମାଆଙ୍କର ଏକ ଲାଇଭ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅମ୍ରିତା ସିଂହ ନିଜ ମୁହଁ ଲୁଚାଉଛନ୍ତି। ଏଥରୁ ଜଣାପଡୁଛି ଯେ ଅମ୍ରିତା ଲାଇଭ ଭିଡିଓରେ ମୁହଁ ଦେଖାଇବା ପାଇଁ ଚାହୁଁ ନାହାନ୍ତି।
ଏକ ରେଷ୍ଟ୍ରୁରାଣ୍ଟରେ ଭଲ ଖାଦ୍ୟ ପାଖରେ ବସିଥିବା ସମୟରେ ସାରା ତାଙ୍କ ମାଆଙ୍କ ଭିଡିଓ ଲାଇଭ କରିଛନ୍ତି। ଏପରିକି ଭିଡିଓରେ ସାରା ତାଙ୍କ ମାଆଙ୍କ କହୁଛନ୍ତି, ମମି ଆଜି ତମର କଣ ହୋଇଛି। ଏମିତି କାହିଁକି ଖାଉଛ? ଝିଅ ସାରା ଅଲ୍ଲୀଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ଅମ୍ରିତା ତାଙ୍କ ମୁହଁ ଲୁଚାଉଛନ୍ତି।