Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସେକ୍ସ ରାକେଟ୍‌ରେ ସୁନ୍ଦରୀ ଅଭିନେତ୍ରୀ, ବୟଫ୍ରେଣ୍ଡ୍ ଉପରେ ଲଦିଲେ ଦୋଷ

11/01/2020 at 3:43 PM

ମୁମ୍ବାଇ୧୧/୧: ସେକ୍ସ ରାକେଟରେ ଧରା ପଡ଼ିଲେ ଅଭିନେତ୍ରୀ।  ବିଗ୍ ବସ୍ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଅର୍‌ହାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅମୃତା ଧନୋଆ ସେକ୍ସ ରାକେଟରେ ଧରା ପଡ଼ି ଗିରଫ ହୋଇଛନ୍ତି।

ମୁମ୍ବାଇସ୍ଥିତ ଗୋରେଗାଁଓ ଇଷ୍ଟଇନ୍ ହୋଟେଲରୁ ଅମୃତାଙ୍କୁ ପୋଲିସ୍ ଗିରଫ କରିଛି।  କିନ୍ତୁ ଏବେ ଅଭିନେତ୍ରୀଙ୍କ ସେକ୍ସ ରାକେଟ୍‌ ଘଟଣାର ଭିନ୍ନ ମୋଡ ନେଇଛି। ଅମୃତ ନିଜର ଏକ୍ସ ବୟଫ୍ରେଣ୍ଡ ଅରହାନ ଖାନ୍‌ଙ୍କ ଉପରେ ସବୁ ଦୋଷ ଲଦି ଦେଇଛନ୍ତି। ଷଡ଼ଯନ୍ତ୍ର କରି ଅରହାନ ତାଙ୍କୁ ଫସାଇ ଦେଇଥିବା ଅମୃତା କହିଛନ୍ତି। ଅମୃତାଙ୍କ ବ୍ୟତୀତ ଆଉ ଜଣେ ସଂଘର୍ଷ କରୁଥିବା ଅଭିନେତ୍ରୀ ରିଚା ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନା ମିଳିବା ମାତ୍ରେ ପୋଲିସ୍ ଏହି ହୋଟେଲରେ ଚଢ଼ାଉ କରିଥିଲା। ପୋଲିସ୍ ନକଲି ଗ୍ରାହକ ହୋଇ ରାକେଟ ଚଲାଉଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ କରିଥିଲେ। ପୋଲିସ ପଞ୍ଝାରେ ପଡ଼ିବାମାତ୍ରେ ସେମାନେ ଗିରଫ ହୋଇଥିଲେ।

ଯେଉଁ ଦୁଇ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି ସେମାନେ ଏହି ରାକେଟରେ ଜଡ଼ିତ ଥିଲେ। ଦୁଇ ଅଭିନେତ୍ରୀଙ୍କୁ ସେକ୍ସନ୍-୩୭୦(୩),ଆଇପିସି ୩୪ ଏବଂ ସେକ୍ସନ୍ ୪ଓ ୫ ଅନୁସାରେ ଗିରଫ କରାଯାଇଛି।ଯେତେବେଳେ ଅମୃତାଙ୍କୁ ରେଡ ବିଷୟରେ ଜଣା ପଡ଼ିଥିଲା,ସେତେବେଳେ ସେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ କିନ୍ତୁ ପୋଲିସ୍ ଠିକ୍ ସମୟରେ ତାଙ୍କୁ ଗିରଫ କରିଥିଲା।

   Related Posts