ମାଆ ହେବେ ଅମୃତା ରାଓ : ବେବି ବମ୍ପ୍‌ରେ ଫଟୋ ଭାଇରାଲ୍

Published By : Prameya-News7 Bureau | October 13, 2020 IST

ମୁମ୍ବାଇ ୧୩/୧୦: ଚର୍ଚ୍ଚା ହେଉଛି ଯେ ବିବାହ ଫେମ୍ ଅଭିନେତ୍ରୀ ଅମୃତା ରାଓ ମାଆ ହେବେ। ଅମୃତା ଏବଂ ତାଙ୍କ ସ୍ବାମୀ ଆରଜେ ଅନମୋଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ଅମୃତାଙ୍କ ବେବି ବମ୍ପ ପରିଷ୍କାର ଭାବେ ଦେଖାଯାଉଛି। ଏହି ଫଟୋ ଭାଇରାଲ୍ ହେବା ପରେ ତାଙ୍କ ପ୍ରେଗନେନ୍ସିର ଖବର ଇଣ୍ଟରନେଟରେ ଛାଇ ଯାଇଛି।

wp:core-embed/instagram {"url":"https://www.instagram.com/p/CGRJGL1HWW2/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CGRJGL1HWW2/?utm_source=ig_embed
/wp:core-embed/instagram

ଫଟୋରେ ଅମୃତା ଏବଂ ଅନମୋଲ୍ କୌଣସି ଏକ ବିଲଡିଂ ବାହାରେ ନଜର ଆସୁଛନ୍ତି। ଅମୃତା ହ୍ବାଇଟ୍ ଡ୍ରେସ୍ ପିନ୍ଧିଛନ୍ତି ଏବଂ ତାଙ୍କ ବେବି ବମ୍ପ ପରିଷ୍କାର ଭାବେ ନଜର ଆସୁଛି।

{"id":343591,"sizeSlug":"large"}

ଦୁହେଁ ଏବେ ଯାଏଁ ପ୍ରେଗନେନ୍ସି ଖବରକୁ ସେୟାର କରି ନାହାନ୍ତି। ଏପରି ମଧ୍ୟ ଅମୃତା ଏବଂ ଅନମୋଲ୍ ଆରମ୍ଭରୁ ହିଁ ନିଜ ଜୀବନକୁ ଅତ୍ୟନ୍ତ ପ୍ରାଇଭେଟ୍ ରଖି ଆସିଛନ୍ତି।

{"id":343604,"width":578,"height":297,"sizeSlug":"large"}

ଅମୃତା ଏବଂ ଅନମୋଲ୍ ୨୦୧୬ମସିହାରେ ବିବାହ କରିଥିଲେ। ତାଙ୍କ ବିବାହରେ କେବଳ ନିକଟ ସମ୍ପର୍କୀୟ ଆସିଥିଲେ। ବିବାହ ପୂର୍ବରୁ ଦୁହେଁ ୭ବର୍ଷ ଯାଏଁ ପରସ୍ପରକୁ ଡେଟ୍ କରିଥିଲେ।

{"id":343593,"sizeSlug":"large"}

ଅମୃତା ରାଓ ୨୦୦୨ମସିହାରେ ଅଲିଶା ଚିନୟଙ୍କ ଗୀତ ‘ଓ୍ବ ପ୍ୟାର ମେରା’ରେ କାମ କରିଥିଲେ। ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଇଥିଲା। ଅମୃତା ଏହି ଭିଡିଓ ପରେ ୨୦୦୨ମସିହାରେ ଫିଲ୍ମ ‘ଅବ କେ ବରଷ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମ ତ ହିଟ୍ ହୋଇନଥିଲା କିନ୍ତୁ ଫିଲ୍ମରେ ଅମୃତାଙ୍କ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା।

{"id":343609,"width":578,"height":412,"sizeSlug":"large"}

ଏହି ଫିଲ୍ମ ପରେ ଅମୃତା ‘ଇସ୍କ ଭିସ୍କ’ରେ ଶାହିଦ କପୁରଙ୍କ ସହ ନଜର ଆସିଥିଲେ। ଶାହିଦ ଏବଂ ଅମୃତାଙ୍କ ଯୋଡ଼ି ପ୍ରଶଂସକଙ୍କ ଗହଣରେ ପ୍ରସିଦ୍ଧ ହୋଇଯାଇଥିଲା। ଏହାର କିଛି ବର୍ଷ ପରେ ରାଜଶ୍ରୀ ବ୍ୟାନରର ଫିଲ୍ମ ବିବାହରେ ଉଭୟଙ୍କୁ କାଷ୍ଟ କରାଯାଇଥିଲା।

{"id":343610,"width":573,"height":342,"sizeSlug":"large"}

ବିବାହ ଫିଲ୍ମକୁ ଆଜି ବି ବଲିଉଡର ପାରମ୍ପରିକ ଫିଲ୍ମ ଭାବେ ଦେଖାଯାଇଥାଏ,ଯାହାକୁ ପୂରା ପରିବାର ସହ ବସି ଏକାଠି ଦେଖାଯାଇପାରିବ। ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲ ରେସପନ୍ସ ମିଳିଥିଲା।

{"id":343611,"width":577,"height":351,"sizeSlug":"large"}

ବିବାହ ବ୍ୟତୀତ ଅମୃତା ମେଁ ହୁଁ ନା,ସତ୍ୟାଗ୍ରହ,ମସ୍ତି,ଓ୍ବାହ ଲାଇଫ ହୋ ତୋ ଏସି,ପ୍ୟାରେ ମୋହନ,ଓ୍ବେଲକମ୍ ଟୁ ସଜ୍ଜନପୁର,ଭିକ୍ଟ୍ରି,ଲାଇଫ ପାର୍ଟନର,ଜଲି ଏଳଏଲବି,ସିଂହ ସାହେବ ଦ ଗ୍ରେଟ୍,ଶୌର୍ଯ୍ୟ ଭଳି ଫିଲ୍ମରେ କାମ କରିଛନ୍ତି।

{"id":343613,"width":579,"height":468,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.