Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରିନାଙ୍କ ପରବର୍ତ୍ତି ପ୍ରେଗନେନ୍ସି ବିଷୟରେ ଏମିତି କିଛି କହିଲେ ଅମୃତା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

17/01/2019 at 12:44 PM

ମୁମ୍ବାଇ୧୭|୧: ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କୁ ଜି କେଫରେ ଆରମ୍ଭ ହୋଇଥିବା “ଷ୍ଟେରୀ ନାଇଟ୨” ସୋରେ ଅତିଥି ଭାବେ ଦେଖିବାକୁ ମିଳିଛି। କରିନାଙ୍କ ସହ ତାଙ୍କ ବେଷ୍ଟ ଫ୍ରେଣ୍ଡ୍‌ ଅମ୍ରିତା ଅରୋଡା ମଧ୍ୟ ଏହି ସୋ’କୁ ଯାଇଥିଲେ। କୋମଲନାହାଥ “ଷ୍ଟେରୀ ନାଇଟ୨” ହୋଷ୍ଟ କରିଥିଲେ। କରିନା କପୁର ବିବାହ ପରଠୁ  କରିନା କପୁର ଖାନ ଭାବେ ପରିଚିତ। ଅଭିନୟ ସହ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବେବୋ। ବଲିଉଡରେ କରିନା ବେବୋ ନାଁରେ ସୁପରିଚିତ। ସାଧାରଣତଃ ବିବାହ ପରେ ଝିଅମାନେ ଫିଟ୍‌ ରହିପାରନ୍ତି ନାହିଁ କିନ୍ତୁ ବେବୋ ତାଙ୍କ ଫିଟନେସ ପାଇଁ ଫେମସ। ଷ୍ଟାଇଲ ଦିଭା କରିନା ନିଜ ଫିଟମେସ ପାଇଁ ସବୁବେଳେ ସଚେତନ।

୧୯୮୦ ମସିହା, ସେପଟେମ୍ୱର ୨୧ ତାରିଖ ମହାରାଷ୍ଟ୍ରରରେ କରିନାଙ୍କର ଜନ୍ମ ହୋଇଥିଲା। ଅଭିନେତା ରଣଧୀର କପୁର ଓ ବବିତା କପୁରଙ୍କ ସାନ ଝିଅ କରିନା ।  ତାଙ୍କ ବଡ ଭଉଣୀ କରିସ୍ମା ମଧ୍ୟ ବଲିଉଡରେ ଚର୍ଚ୍ଚିତ। ୨୦୦୦ ମସିହାରେ କରିନା ହିନ୍ଦି ସିନେମା ଜଗତରେ ଏଣ୍ଟ୍ରି କରିଥିଲେ। ଡେବ୍ୟୁ ଫିଲ୍ମ ରେଫ୍ୟୁଜିରେ କରିନାଙ୍କ ବିପକ୍ଷରେ ଅଭିଷେକ ଥିଲେ। ୨୦୦୧ ମସିହାରେ ରିଲିଜ ହେଇଥିବା ଐତିହାସିକ ସିନେମା “ଅଶୋକା”ରୁ ବେବୋ ଖୁବ ପ୍ରତିଷ୍ଠା ଲାଭ କରିଥିଲେ। ୨୦୧୨ ମସିହାରେ କରିନା କପୁର ସୈଫ ଅଲି ଖାନଙ୍କୁ ବିବାହ କରିଥିଲେ। କରିନା ବଲିଉଡର ଜଣେ ଦାମୀ ଅଭିନେତ୍ରୀ। ଅମ୍ରିତା ଅରୋଡା ଜଣେ ଟପ୍‌ ମଡେଲ ଓ ବଲିଉଡ ଅଭିନେତ୍ରୀ। ଆଜିକାଲି ଟେଲିଭିଜନରେ କମ ହେଖାଯାଉଥିବା ଅମ୍ରିତା ୨୦୦୨ ମସିହାରେ ବଲିଉଡରେ ପାଦ ଦେଇଥିଲେ।

“ଷ୍ଟେରୀ ନାଇଟ୨” ସୋରେ ଅମ୍ରିତା କହିଛନ୍ତି ଯେ କରିନାଙ୍କ ଜୀବନରେ ତାଙ୍କ ପୁଅ ତାଇମୁର, ସ୍ୱାମୀ ସୈଫଙ୍କର ଜାଗା ଆଉ କେହି ନେଇପାରିବେନି। ବେଷ୍ଟ ଫ୍ରେଣ୍ଡ ଅମ୍ରିତା ମଧ୍ୟ ତାଙ୍କର ଅଲ ଟାଇମ ପାର୍ଟନର ବୋଲି କରିନା କହିଥିଲେ। ତେବେ ଏହି ସୋ’ରେ କରିନାଙ୍କର କିଛି ସିକ୍ରେଟ କଥା ପ୍ରକାଶ କରିଥିଲେ ଅମ୍ରିତା । ବେବୋଙ୍କୁ ଘରେ “ଚାୟ ପର୍ସନ” କୁହାଯାଏ। ସକାଳେ ଉଠିବା ମାତ୍ରେ ତାଙ୍କୁ ଚାହା ଦରକାର। ଯଦି ଚା ପିଇବେନି ତାହେଲେ ସେ ବିଛଣାରୁ ଉଠିପାରନ୍ତି ନାହିଁ। ଚା ବିନା ସେ ରହିପାରନ୍ତି ନାହିଁ। ଚା ପିଇଲା ପରେ ସେ ସୈଫଙ୍କୁ ଗୁଡ ମର୍ଣ୍ଣିଗଂ କୁହନ୍ତି।

ସୋରେ ଗପ୍‌ ସପ୍‌ ସମୟରେ ଅମ୍ରିତା କହିଥିଲେ ଯେ କରିନା ଆଉ ଥରେ ପ୍ରେଗନେଣ୍ଟ ହେଲେ ଦେଶ ଛାଡିଦେବେ। ଅମ୍ରିତା ମଜା ମସ୍ତିରେ ଏହି କଥାଟି କହିଥିଲେ। କରନ ଯୋହାରଙ୍କ ଆଗାମୀ ଫିଲ୍ମ ତଖ୍‌ତରେ କରିନା ମୁଖ୍ୟ ଭୂନିକାରେ ଅଭିନୟ କରିବେ। ଏହା ସହ ଅକ୍ଷୟ କୁମାରଙ୍କ ସହ ଗୁଡଲକ୍‌ ଫିଲ୍ମରେ ମଧ୍ୟ ବେବୋଙ୍କୁ ଦେଖିବାକୁ ମିଳିବ।

   Related Posts