ବଲିଉଡର ମୋଗାମ୍ବୋଙ୍କ ଝିଅ ଦେଖିବାକୁ ଏମିତି: ଫଟୋ ଭାଇରାଲ

Published By : Prameya-News7 Bureau | June 22, 2019 IST

ମୁମ୍ବାଇ ୨୨/୬: ବଲିଉଡ ଷ୍ଟାରଙ୍କ ପିଲା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଶାହରୁଖଙ୍କ ପୁଅ ଅବରାମଙ୍କ ପୁଅ ହୁଅନ୍ତୁ କିମ୍ବା ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଭଳି ଷ୍ଟାର କିଡ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ତୈମୁର ଅଲ୍ଲୀ ଖାନଙ୍କ ଭଳି ଚର୍ଚ୍ଚାରେ କେହି ରୁହନ୍ତି ନାହିଁ। ତାଙ୍କ ଲୋକପ୍ରିୟତା କୈାଣସି ବଲିଉଡ ଷ୍ଟାରଠୁ କମ୍ ନୁହେଁ। କିନ୍ତୁ ଏପରି ଜଣେ ଷ୍ଟାର କିଡ ଅଛନ୍ତି ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ

{"id":125800,"width":575,"height":299}

ଆମେ ଯେଉଁ ଷ୍ଟାର କିଡଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡର ଦିବଂଗତ ଅଭିନେତା ଅମରୀଶ ପୁରୀଙ୍କ ଝିଅ ନମ୍ରତା ପୁରୀ। ବଲିଉଡରେ ସବୁବେଳେ ନେପୋଟିସମ ଚାଲିଥାଏ। କିନ୍ତୁ ନମ୍ରତା ବଲିଉଡରେ ନିଜର କ୍ୟାରିୟର କରିନଥିଲେ।

{"id":125801,"width":503,"height":503}

ସୂଚନା ଅନୁଯାୟୀ ଅମରୀଶ ପୁରୀଙ୍କ ଝିଅ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସେ ସଫ୍ଟଓ୍ବେୟାର ଇଞ୍ଜିନିୟର ହେବା ସହ ଜଣେ କଷ୍ଟ୍ୟୁମ୍ ଡିଜାଇନର ମଧ୍ୟ। ତାଙ୍କର ବିବାହ ହୋଇସାରିଛି। ନମ୍ରତା ବ୍ୟବସାୟୀ ଶିରୀଷ ଭଗଓ୍ବେଙ୍କୁ ବିବାହ କରିଛନ୍ତି। ଯଦି ଆପଣ ନମ୍ରତା ପୁରୀଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଚେକ୍ କରିବେ ତେବେ ଆପଣଙ୍କୁ ସୁନ୍ଦର ସୁନ୍ଦର ଷ୍ଟାଇଲିଶ ପୋଷାକ ଦେଖିପାରିବେ।

{"id":125802,"width":566,"height":857}

ଅମରେଶ ପୁରୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ମଧ୍ୟ ତାଙ୍କ ସ୍ମୃତି ଆଜି ମଧ୍ୟ ତାଜା ରହିଛି। ତାଙ୍କ ଭଳି ଅଭିନେତା ଏବଂ ଖଳନାୟକ ମିଳିବା ଆମ ପାଇଁ ଗୈାରବର କଥା। ଅମରେଶ ପୁରୀଙ୍କୁ ବଲିଉଡରେ ଖଳନାୟକ ଭାବରେ ଜଣାଯାଏ। ଲୋକଙ୍କୁ ଆଜି ମଧ୍ୟ ଅମରେଶ ପୁରୀଙ୍କ ଡାଇଲଗ୍ ‘ମୋଗାମ୍ବୋ ଖୁଶ ହୁଆ’ ବହୁତ ଭଲ ଲାଗିଥାଏ। ଏହି ଡାଏଲଗ୍ ଲୋକଙ୍କ ପାଟିରେ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.