Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲିଉଡର ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି ପ୍ରସିଦ୍ଧ ଖଳନାୟକ ଅମରେଶ ପୁରୀଙ୍କ ନାତି

3/12/2019 at 4:16 PM

ମୁମ୍ବାଇ୩|୧୨: ବଲିଉଡର ଦିବଂଗତ ଅଭିନେତା ଅମରେଶ ପୁରୀ ଇଣ୍ଡଷ୍ଟ୍ରିର ମୋଗାମ୍ବୋ ଭାବେ ମଧ୍ୟ ପରିଚିତ। ସିନେମା ଜଗତରେ ଜଣେ ଦକ୍ଷ ଖଳନାୟକ ଥିଲେ ଅମରୀଶ ପୁରୀ। ଆଜି ମଧ୍ୟ ଅମରେଶ ପୁରୀଙ୍କ ଫେମସ ଡାଇଲଗ୍ ‘ମୋଗାମ୍ବୋ ଖୁସ ହୁଆ’ ଲୋକେ ମନେ ପକାନ୍ତି।ଆଜି ଅମରେଶ ଏହି ଦୁନିଆରେ ନାହାନ୍ତି ସତ ହେଲେ ସେ ଲୋକଙ୍କ ଦିଲରେ ଚିର ଦିନ ପାଇଁ ସ୍ମୃତି ହୋଇ ରହିବେ।

ଏବେ ଅମରେଶଙ୍କ ନାତି ବର୍ଦ୍ଧନ ପୁରୀ ବଲିଉଡରେ ଏଣ୍ଟ୍ରି କରିସାରିଛନ୍ତି।ବଲିଉଡ ଫିଲ୍ମ “ୟେ ଶାଲି ଆଶିକୀରେ” ଅଭିନୟ କରି ବର୍ଦ୍ଧନ ସିନେମା ଜଗତରେ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି।ଅଭିନେତ୍ରୀ ଶିବାଲିକା ଓବରୋଏଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ପୂର୍ବରୁକ୍ୟାମେରା ପଛରେ ବର୍ଦ୍ଧନ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।

ବର୍ଦ୍ଧନ ନିଜ ଜେଜେବାପାଙ୍କୁ ବହୁତ ଭଲ ପାଆନ୍ତି। ବର୍ଦ୍ଧନ ଜଣେ ବଡ ସୁପରଷ୍ଟାର ହୋଇ ନିଜ ଜେଜେଙ୍କ ନାଁ ଉଜ୍ଜ୍ବଳ କରିବାକୁ ଚାହାନ୍ତି।ପିଲାବେଳୁ ନିଜ ଜେଜେଙ୍କୁ ଦେଖି ଓ ତାଙ୍କ ଅଭିନୟରୁ ପ୍ରଭାବିତ ହୋଇ ସେ ଜଣେ ଅଭିନେତା ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ବର୍ଦ୍ଧନଙ୍କ ଏହି ରୋମାଣ୍ଟିକ୍‌ ଥ୍ରିଲର ଫିଲ୍ମ ଗତ ମାସ ୨୨ ତାରିଖରେ ରିଲିଜ ହୋଇଛି।

   Related Posts