Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସିଦ୍ଧୁଙ୍କୁ କ୍ୟାପ୍ଟେନ ଭାବୁନାହାନ୍ତି ଅମରିନ୍ଦର ସିଂହ ! ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ, ବାଦ ପଡ଼ିଲେ ନୂଆ ପିସିସି ଅଧ୍ୟକ୍ଷ

19/07/2021 at 4:12 PM

ନୂଆଦିଲ୍ଲୀ ୧୯/୭: ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିବାଦର ଅନ୍ତ ହେବାର ନାଁ ଧରୁନାହିଁ। ଏନେଇ ସଙ୍କେତ ପୁଣି ଥରେ ମିଳିଛି। ଅମରିନ୍ଦର ସିଂହ ସିଦ୍ଧୁଙ୍କ ବ୍ୟତୀତ ଅନ୍ୟ ସମସ୍ତ କଂଗ୍ରେସ ବିଧାୟକ ଏବଂ ସାଂସଦଙ୍କୁ ୨୧ ଜୁଲାଇରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି । ପଞ୍ଚକୁଲାରେ ଏହି ମଧ୍ୟାହ୍ନ ଭୋଜନର ଆୟୋଜନ ହେବାକୁ ଥିବା ବେଳେ ଏଯାଏ ସିଦ୍ଧଙ୍କୁ ନିମନ୍ତ୍ରଣ ମିଳିନଥିବା ଜଣାପଡ଼ିଛି।

ପଞ୍ଜାବର ନୂଆ କଂଗ୍ରେସ ମୁଖିଆଙ୍କୁ ଆମନ୍ତ୍ରଣ ନକରିବାକୁ ନେଇ ରାଜ୍ୟରେ ପୁଣି ଥରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କହିରଖୁଛୁ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ରବିବାର ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି ଭାବେ ନିଯୁକ୍ତ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟରରୁ ନେତା ହୋଇଥିବା ସିଦ୍ଧୁଙ୍କ ସହାୟତା ପାଇଁ ୪ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି।

ତେବେ ପଞ୍ଜାବରେ ପିସିସି ସଭାପତି ପଦ ପାଇଁ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। କ୍ୟାପ୍ଟେନଙ୍କ ସହମତି ବିନା ଦଳର ଶୀର୍ଷ ନେତୃତ୍ବ ସିଦ୍ଧୁଙ୍କ ହାତରେ ପଞ୍ଜାବ ଦାୟିତ୍ବ ଦେଇଛନ୍ତି। ଏହା ପରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଦୁଇ ନେତାଙ୍କ ମଧ୍ୟରେ ତାଳମେଳ ରଖିବାକୁ ଦଳକୁ ବହୁ କଷ୍ଟ କରିବାକୁ ପଡ଼ିପାରେ ।

   Related Posts