ପ୍ରସିଦ୍ଧ ଖଳନାୟକ ଅମରୀଶ ପୁରୀଙ୍କ ନାତି ହେବାକୁ ଚାହାନ୍ତି ବଡ ସୁପରଷ୍ଟାର, ଲୁକ ଏମିତି ଯେମିତି ଭାଙ୍ଗିବେ ସବୁ ରେକର୍ଡ, ବଲିଉଡରେ କରିବେ ଡେବ୍ୟୁ

Published By : Prameya-News7 Bureau | October 22, 2019 IST

ମୁମ୍ବାଇ୨୧|୧୦: ବଲିଉଡର ଦିବଂଗତ ଅଭିନେତା ଅମରୀଶ ପୁରୀ ଇଣ୍ଡଷ୍ଟ୍ରିର ମୋଗାମ୍ବୋ ଭାବେ ମଧ୍ୟ ପରିଚିତ। ସିନେମା ଜଗତରେ ଜଣେ ଦକ୍ଷ ଖଳନାୟକ ଥିଲେ ଅମରୀଶ ପୁରୀ। ଆଜି ମଧ୍ୟ ଅମରେଶ ପୁରୀଙ୍କ ଫେମସ ଡାଇଲଗ୍ ‘ମୋଗାମ୍ବୋ ଖୁସ ହୁଆ’ ଲୋକେ ମନେ ପକାନ୍ତି।

{"id":173020}

ଅମରୀଶ ପୁରୀ ଆଜି ଏହି ଦୁନିଆରେ ନାହାନ୍ତି ସତ ହେଲେ ଦର୍ଶକଙ୍କ ଦିଲ୍‌ରେ ଚିର ଦିନ ପାଇଁ ମନେ ରହିବେ।  ତେବେ ଅମରୀଶଙ୍କ ନାତି ବର୍ଦ୍ଧନ ପୁରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ବର୍ଦ୍ଧନଙ୍କ ଡେବ୍ୟୁ କରିବା ପାଇଁ ଚୟନ କରିଛି ଫିଲ୍ମ ଇଣ୍ଡଷ୍ଟ୍ରି। ଏହା ପୂର୍ବରୁ ବର୍ଦ୍ଧନ ୯୦ଟି ନାଟକରେ ଅଭିନୟ କରିସାରିଛନ୍ତି।

{"id":173021}

ନାଟକ ବ୍ୟତୀତ ବଲିଉଡରେ ଛୋଟ ରୋଲରେ ନଜର ଆସିସାରିଛନ୍ତି। କ୍ୟାମେରା ପଛରେ ବର୍ଦ୍ଧନ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଇଶକଯାଦେ ଓ ଦାୱତ-ଏ-ଇସ୍କ ଫିଲ୍ମରେ ମନୀଷ ଶର୍ମାଙ୍କୁ ସହଯୋଗ କରିଥିଲେ। ଫିଲ୍ମ ଶୁଦ୍ଧ ଦେଶୀ ରୋମାନ୍ସରେ ମଧ୍ୟ ସେ କାମ କରିଛନ୍ତି। ଏବେ ବର୍ଦ୍ଧନ ଫେମସ ନିର୍ମାତା ଜୟନ୍ତିଲାଲଙ୍କ ଫିଲ୍ମରେ ନଜର ଆସିବେ।

{"id":173023}

ରିପୋର୍ଟ ଅନୁସାରେ ଫିଲ୍ମର ଶୁଟିଂ ଦିଲ୍ଲୀ, ଶିମଲାରେ ହେବ। ଚଳଚ୍ଚିତ୍ରରେ ବର୍ଦ୍ଧନଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ କାମ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ୫ ବର୍ଷ ବୟସରୁ ବର୍ଦ୍ଧନ ଅମରୀଶ ପୁରୀଙ୍କ ମେଣ୍ଟର ସତ୍ୟଦେବ ଦୁବେଙ୍କଠାରୁ ଅଭିନୟ ଶିଖୁଥିଲେ। ବର୍ଦ୍ଧନ ନିଜ ଜେଜେବାପାଙ୍କୁ ବହୁତ ଭଲ ପାଆନ୍ତି।

{"id":173025}

ପୂର୍ବରୁ ଅମରୀଶ ଶୁଟିଂ ସାରି ନଆସିବା ଯାଏଁ ବର୍ଦ୍ଧନ ଶୋଉନଥିଲେ। ରାତିରେ ସେ ନିଜ ଜେଜେ ବାପା ଓ ଜେଜେ ମାଆଙ୍କ ପାଖରେ ଶୋଇବା ପସନ୍ଦ କରୁଥିଲେ। ବର୍ଦ୍ଧନ ଅମରୀଶଙ୍କ ସହ ବସି ରାତି ୩ଟା ଯାଏଁ ଫିଲ୍ମ ମଧ୍ୟ ଦେଖୁଥିଲେ। ଅମରୀଶଙ୍କ ମୃତ୍ୟୁ ପରେ ବର୍ଦ୍ଧନ ଭାଙ୍ଗିପଡିଥିଲେ। ବର୍ଦ୍ଧନ ଜଣେ ବଡ ସୁପରଷ୍ଟାର ହୋଇ ନିଜ ଜେଜେଙ୍କ ନାଁ ଉଜ୍ଜ୍ବଳ କରିବାକୁ ଚାହାନ୍ତି ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.