Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଇତିହାସର ସବୁଠାରୁ ସୁନ୍ଦରୀ ମହିଳା : କାହିଁକି ହୋଇଯାଇଥିଲେ ବେଶ୍ୟା ? ଜାଣନ୍ତୁ…

24/03/2019 at 2:32 PM

ବୈଶାଳୀ ୨୪/୩ : ଇତିହାସର ସବୁଠାରୁ ସୁନ୍ଦରୀ ମହିଳା ଥିଲେ ଆମ୍ରପାଲି | ଆମ୍ରପାଲି ବୌଦ୍ଧ ଯୁଗର ସବୁଠାରୁ ସୁନ୍ଦରୀ ସ୍ତ୍ରୀ | ଆମ୍ରପାଲିଙ୍କ ଜନ୍ମ ବୈଶାଳୀ ନଗରର ଏକ ଆମ୍ଭ ଗଛ ତଳେ ହୋଇଥିଲା | ତେବେ ଆମ୍ରପାଲିଙ୍କୁ ଜନ୍ମ ଦେଇଥିବା ପିତା ମାତାଙ୍କ ସମ୍ପର୍କରେ ଇତିହାସରେ କୌଣସି ସୂଚନା ନାହିଁ | ତାଙ୍କୁ ଜଣେ ଦମ୍ପତ୍ତି ଆମ୍ବ ଗଛ ତଳୁ ପାଇଥିଲେ | ସେଥିପାଇଁ ତାଙ୍କ ନାଁ ରଖାଯାଇଥିଲା ଆମ୍ରପାଲି |

ସେମାନେ ପିଲାଦିନୁ ତାଙ୍କର ଲାଳନପାଳନ କରିଥିଲେ | ସେ ପିଲାଦିନୁ ହିଁ ବହୁତ ସୁନ୍ଦର ଥିଲେ | ଧୀରେ ଧୀରେ ସେ ଯେତେବେଳେ ବଡ ହେବାକୁ ବସିଲେ ଆହୁରି ସୁନ୍ଦର ଦେଖା ଯାଉଥିଲେ | ଧୀରେ ଧୀରେ ତାଙ୍କ ସୁନ୍ଦରତା ବଢି ବଢି ଚାଲିଥିଲା | ଯେତେବେଳେ ତାଙ୍କର ବିବାହ ବୟସ ହୋଇଯାଇଥିଲା, ବୈଶାଳୀ ନଗରର ସମସ୍ତ ଯୁବକ ତାଙ୍କୁ ନିଜ ସ୍ତ୍ରୀ କରିବା ପାଇଁ ଇଚ୍ଛା କରିଥିଲେ |


ଆମ୍ରପାଲିଙ୍କ ବିବାହ ବୟସ ହୋଇଯିବାରୁ ତାଙ୍କ ପିତା ମାତା ଚିନ୍ତିତ ହୋଇପଡିଥିଲେ | ସେ ଭାବିଲେ ଯଦି ଆମ୍ରପାଲିଙ୍କ ବିବାହ ଜଣକ ସହିତ କରିଦିଆଯାଏ ତାହେଲେ ତାଙ୍କ ସୁନ୍ଦରତା ପାଇଁ କିଏ ତାଙ୍କ ସ୍ୱାମୀର ହତ୍ୟା ମଧ୍ୟ କରିଦେଇପାରେ | ସେହି ଚିନ୍ତାରେ ଆମ୍ରପାଲିଙ୍କ ପିତା ମାତା ରାଜାଙ୍କ ପାଖକୁ ଯାଇ ଏହି ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ କହିଥିଲେ | ରାଜା ବୈଶାଳୀ ରାଜ୍ୟର ବିପଦକୁ ଆଖି ଆଗରେ ରଖି ଆମ୍ରପାଲିଙ୍କୁ ପୁରା ନଗରୀର ବଧୂ କରିବା ପାଇଁ ନିର୍ଦେଶ ଦେଇଥିଲେ | ଯାହାଫଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବ ନାହିଁ | ଆମ୍ରପାଲିଙ୍କ ସୌନ୍ଦର୍ଯ୍ୟ ତାଙ୍କ ପାଇଁ ଅଭିଶାପ ହୋଇଗଲା ଯେମିତି | ଆମ୍ରପାଲିଙ୍କୁ ରହିବା ପାଇଁ ଏକ ସୁରମ୍ୟ ମହଲ ଦିଆଯାଇଥିଲା | ସେ ସେଠାରେ ଲୋକଙ୍କ ମନୋରଞ୍ଜନ କରୁଥିଲେ | ଶେଷରେ ଆମ୍ରପାଲି ଜଣେ ବୌଦ୍ଧ ଭିକ୍ଷୁ ହୋଇଯାଇଥିଲେ |


ଥରେ ଭଗବାନ ବୁଦ୍ଧ ବୈଶାଳୀ ରାଜ୍ୟକୁ ଆସିଥିଲେ | ତାଙ୍କ ସହ ତାଙ୍କର ଅନେକ ଶିଷ୍ୟ ମଧ୍ୟ ଥିଲେ | ସମସ୍ତ ବୁଦ୍ଧ ଭିକ୍ଷୁ ବୈଶାଳୀ ନଗର ଭିକ୍ଷା ମାଗିବା ପାଇଁ ଯାଉଥିଲେ | ସେତେବେଳେ ନୂଆ ନୂଆ ବୌଦ୍ଧ ଭିକ୍ଷୁ ହୋଇଥିବା ଜଣେ ଯୁବକ ଭିକ୍ଷା ମାଗିବା ପାଇଁ ଆମ୍ରପାଲିଙ୍କ ମହଲକୁ ଚାଲିଯାଇଥିଲା | ଯୁବକ ମଧ୍ୟ ବହୁତ ସୁନ୍ଦର ଥିଲେ | ଆମ୍ରପାଲି ବୌଦ୍ଧ ଭିକ୍ଷୁଙ୍କ ସୁନ୍ଦରତାରେ ମୁଗ୍ଧ ହୋଇଗଲେ | ଆମ୍ରପାଲି ଯୁବ ବୌଦ୍ଧ ଭିକ୍ଷୁଙ୍କୁ ବର୍ଷା ଋତୁର ୪ମାସ ନିଜ ମହଲରେ ରହିବା ପାଇଁ ଆମନ୍ତ୍ରଣ କରିଥିଲେ | ଯୁବକ ନିଜ ଗୁରୁ ଅର୍ଥାତ ବୁଦ୍ଧଙ୍କ ଠାରୁ ଅନୁମତି ନେବା ପାଇଁ ଆସିଥିଲେ |

ସେ ବୁଦ୍ଧଙ୍କୁ ସମସ୍ତ ଘଟଣା କହିଥିଲେ | ବୁଦ୍ଧ କହିଥିଲେ ବର୍ଷା ମାସରେ ସମସ୍ତଙ୍କୁ କାହା କାହା ଘରେ ଆଶ୍ରୟ ନେବାକୁ ହେବ | ସେଥିପାଇଁ ସେ ଯୁବକଙ୍କୁ ଆମ୍ରପାଲିଙ୍କ ମହଲରେ ରହିବା ପାଇଁ ଅନୁମତି ଦେଇଥିଲେ | କିନ୍ତୁ ଯୁବକ ମନା କରିଦେଇଥିଲେ | ସେ କହିଥିଲେ ଯେ, ଆମ୍ରପାଲି ଜଣେ ଦେହଜୀବୀ | ସେ ଯଦି ନିଜ ମୋହମାୟାରେ ଯୁବକଙ୍କୁ ବାନ୍ଧି ଦେବ ତାହେଲେ ଯୁବକଙ୍କ ଧର୍ମ ନଷ୍ଟ ହୋଇଯିବ ବୋଲି ସେ କହିଥିଲେ | ଭଗବାନ ବୁଦ୍ଧ ଯୁବକଙ୍କ ଆଖିକୁ ଦେଖି କହିଥିଲେ ଯେ, ଯୁବଶିଷ୍ୟଙ୍କ ଉପରେ ତାଙ୍କର ପୁର୍ଣ ବିଶ୍ୱାସ ଅଛି |


ବୌଦ୍ଧ ଭିକ୍ଷୁ ୪ମାସ ଆମ୍ରପାଲିଙ୍କ ମହଲରେ ରହିଲେ | ୪ ମାସ ପରେ ସେ ବୁଦ୍ଧଙ୍କ ପାଖକୁ ଫେରି ଆସିଥିଲେ | କିନ୍ତୁ ସେ ଏକା ଆସିନଥିଲେ | ଯୁବକଙ୍କ ସହ ଆମ୍ରପାଲି ମଧ୍ୟ ଆସିଥିଲେ | ଆମ୍ରପାଲି ବୁଦ୍ଧଙ୍କ ଗୋଡ ତଳେ ପଡି କ୍ଷମା ପ୍ରାର୍ଥନା କରିଥିଲେ | ସେ କହିଥିଲେ ଯେ, ସେ ଭିକ୍ଷୁ ଯୁବକଙ୍କୁ ସବୁ ପ୍ରକାର ଚେଷ୍ଟା କରି ନିଜ ଅକ୍ତିଆରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ଗୋଟିଏ କ୍ଷଣ ପାଇଁ ମଧ୍ୟ ମୋହମାୟାରେ ପଡିନଥିଲେ | ସେଥିପାଇଁ ସେ ନିଜକୁ କ୍ଷମା କରିଦେବା ପାଇଁ ଭଗବାନ ବୁଦ୍ଧଙ୍କୁ ନିବେଦନ କରିଥିଲେ |

ଏହାପରେ ଆମ୍ରପାଲି ନିଜେ ମଧ୍ୟ ଭିକ୍ଷୁ ହେବେ ବୋଲି ବୁଦ୍ଧଙ୍କୁ କହିଥିଲେ | ଆମ୍ରପାଲିଙ୍କ ମନରେ ଶ୍ରଦ୍ଧା ଏବଂ ସମାଜ ପ୍ରତି ବିରକ୍ତି ଭାବ ଦେଖି ବୁଦ୍ଧ ତାଙ୍କୁ ନିଜ ଶିଷ୍ୟା ଭାବେ ଗ୍ରହଣ କରିଥିଲେ | ବୁଦ୍ଧ ଧର୍ମରେ ସ୍ଥାନ ପାଇଥିବା ଆମ୍ରପାଲି ପ୍ରଥମ ମହିଳା ଭିକ୍ଷୁ |

   Related Posts