ଅମ୍ଫନ ନେଲା ପ୍ରଥମ ମୁଣ୍ଡ: କାନ୍ଥ ପଡି ୨ ମାସ ଶିଶୁର ମୃତ୍ୟୁ

Published By : Prameya-News7 Bureau | May 20, 2020 IST

ଭଦ୍ରକ୨୦/୫: ଅମ୍ଫନ ନେଇଛି ପ୍ରଥମ ମୁଣ୍ଡ । ବର୍ଷା ଓ ପବନ ପାଇଁ କାନ୍ଥ ପଡି ଶିଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ପ୍ରବଳ ବର୍ଷା ଯୋଗୁଁ ମାଟିର ଘରର କାନ୍ଥ ପଡି ୨ ମାସର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି।। ତିହିଡି ବ୍ଲକ କାଂପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ଗତକାଲି ଠାରୁ ପ୍ରବଳ ବର୍ଷା ଯୋଗୁଁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଖସି ପଡିଥିବା ସୂଚନା ମିଳିଛି । ରାତିରେ ମାଆ ଓ ୩ ମାସର ଶିଶୁ ପୁଅ ଘରେ ଶୋଇଥିଲା ଵେଳେ ଏହି କାନ୍ଥ ଖସି ପଡିଥିଲା । ଏଥିରେ ମାଆ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.