'ଅମ୍ଫାନ'୨୦ ତାରିଖ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ସ୍ଥଳଭାଗ ଛୁଇଁବ, ସୁୁନ୍ଦର ବନ ନିକଟରେ ଲ୍ୟାଣ୍ଡଫଲ୍‌

Published By : Prameya-News7 Bureau | May 18, 2020 IST

ଭୁବନେଶ୍ବର୧୮/୫: ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ୍। ସୁନ୍ଦରବନ ନିକଟରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ଦିଘା ଏବଂ ହାତିଆ ମଝିରେ ଅମ୍ଫାନ ଲ୍ୟାଣ୍ଡଫଲ୍ କରିବ ବୋଲି ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଜଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହି ସୂଚନା ଅନୁଯାୟୀ, ୨୦ ତାରିଖ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ରୁ ୧୭୫ କି.ମି ରହିବ।  ଏହି ସମୟରେ ସମୁଦ୍ରରେ ୬ ମିଟର ଉଚ୍ଚର ଜୁଆର ଆସିବ ବୋଲି ସତର୍କ କରିଛି ପାଣିବିଭାଗ।  ପବନ ସାଙ୍ଗକୁ ଜୋର ବର୍ଷା ଆଶଙ୍କା ରହିଛି। ତେବେ ଅମ୍ଫାନର ପ୍ରଭାବରେ ଉପକୂଳ ଏବଂ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ।  ତେବେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିବା ଅମ୍ଫାନ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ପାରାଦୀପଠାରୁ ୭୭୦ କିଲୋମିଟର ଦୂରରେ ରହିଛି।

କରୋନା ଆତଙ୍କ ବେଳେ ଅମ୍ଫାନ ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ ଏକ ବଡ଼ ଆତଙ୍କ ଭାବେ ଉଭା  ହୋଇଛି। ତେବେ ପ୍ରଶାସନ ପକ୍ଷରୁ ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ସମସ୍ତ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏମ୍ଏ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏବଂ ଆବଶ୍ୟକୀୟ ନିର୍ଦେଶ ଦେଇଛନ୍ତି।

ଓଡ଼ିଶାର ଅମ୍ଫାନର ମୁକାବିଲା ଲାଗି ବେଶ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ଚାରିଟି ଜିଲ୍ଳା ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଏବଂ ବାଲେଶ୍ବରରେ ଅମ୍ଫାନର ଅଧିକ ପ୍ରଭାବ ଆଶଙ୍କା ଥିବାରୁ ଏନ୍‌ଡିଆର ଟିମ୍ ସହ ଅନନ୍ୟା ସହ ପ୍ରସ୍ତୁତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.