Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଅମ୍ଫାନରେ ବେହାଲ କୋଲକାତା, ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ଘର ପାଖରେ ଭୁଶୁଡିଗଲା କାନ୍ଥ

20/05/2020 at 9:44 PM

କୋଲକାତା ୨୦।୦୫: ସୁପର ସାଇକ୍ଲୋନ ଅମ୍ଫାନ ସୁନ୍ଦରବନ ତ୍ରିକୋଣୀୟ ଭୂମିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗରେ ତାଣ୍ଡବଲୀଳ ମଚାଇଛି। ଓଡିଶା ଅତିକ୍ରମ କରି ସାରିଥିବା ଏହି ବାତ୍ୟା ପଶ୍ଚିମବଙ୍ଗରେ ପ୍ରବେଶ କରିବା ସମୟରେ ମୂଷଳଧାରାରେ ବର୍ଷା ସହ ପବନ ୧୩୦ରୁ ୧୫୦ କିମି ବେଗରେ ପ୍ରବାହିତ ହୋଇଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ବାବୁଲ ସୁପ୍ରିୟୋଙ୍କ ଘର ନିକଟରେ କାନ୍ଥ ଭୁଶୁଡି ପଡିଛି। ଏହି ଘଟଣା ହାଓ୍ଵଡାରେ ହୋଇଛି।

ବାତ୍ୟା ଅମ୍ଫାନରେ ଏ ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଦୁଇ ଓଡିଶା ଏବଂ ଦୁଇ ପଶ୍ଚିମବଙ୍ଗର। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନଖାରେ ଗଛ ପଡିବାରୁ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେହି ପରି ହାଓ୍ଵଡାରେ ଏକ ଟିଣ ଚଦର ଉଡି ଖସିବାରୁ ସେଥିରେ ଜଣେ ୧୩ ବର୍ଷୀୟ ନାବାଳିକାର ମୃତ୍ୟୁ ଘଟିଛି।

ଏହା ମଧ୍ୟରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, କୋଲକାତା ସହିତ ପଶ୍ଚିମବଙ୍ଗର ଏକ ବଡ ଭାଗରେ ଅମ୍ଫାନ ବ୍ୟାପକ କ୍ଷତି କରିଛି। ୧୩୦ରୁ ୧୮୫ କିମି ବେଗରେ ପବନ ବହିଛି। ଏଥିରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗର ତାଜା ରିପୋର୍ଟ ଅନୁଯାୟୀ କୋଲକାତାରେ  ବାତ୍ୟା ଅତିକ୍ରମ କରିବା ସମୟରେ ପବନର  ବେଗ ୧୧୩ କିମି ରହିଥିଲା। କୋଲକାତାର ନିକଟ ଇତିହାସରେ ଏଭଳି  ବାତ୍ୟା କେବ ଦେଖିବାକୁ ମିଳିନଥିଲା।

   Related Posts